Latest Odisha News

BREAKING NEWS

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଦେବୀ ସୁଭଦ୍ରା

ପୁରୀ: ଗୁଣ୍ଡିଚା ମନ୍ଦିରରେ ପହଂଚିଛନ୍ତି ଭଉଣୀ ଦେବୀ ସୁଭଦ୍ରା । ବଡ ଭାଇ ବଳଭଦ୍ରଙ୍କ ପଛେ ପଛେ ଆସି ଜନ୍ମବେଦୀରେ ପହଂଚିଛନ୍ତି ଉଭଣୀ ସୁଭଦ୍ରା । ଦେବଦଳନ ରଥ ଆସି ଗୁଣ୍ଡିଚା ମନ୍ଦିର ଆଗରେ ଠିଆ ହୋଇଛି । ସେବାୟତମାନେ ଆନନ୍ଦରେ ଟାଣି ନେଇ ଗୁଣ୍ଡିଚା ମନ୍ଦିରରେ ପହଂଚାଇଛନ୍ତି ।

ଘଣ୍ଟ ଘଣ୍ଟାର ଶବ୍ଦରେ ସେବାୟତମାନେ ନିଜ ପ୍ରଭୁଙ୍କୁ ନେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ଶେଷରେ କେବଳ ଜଗତର ନାଥ ଜଗନ୍ନାଥ ବାକି ରହିଛନ୍ତି। ଆଉ କିଛି ସମୟ ପରେ ଜଗନ୍ନାଥ ମଧ୍ୟ ଆସି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଯିବେ।

ଆଜି କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରାଯାଉଛି। ଯେଉଁଥିରେ ଭକ୍ତମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ମିଳିନାହିଁ। କେବଳ ସେବାୟତମାନଙ୍କୁ ନେଇ ମହାପ୍ରଭୁ ନିଜର ନବଦିନାତ୍ମକ ଯାତ୍ରା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.