Latest Odisha News

ରାଜ୍ୟରୁ ସୁସ୍ଥ ହେଲେ ୧୩୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୧୩୦୯ ଜଣ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ତେବେ ସୁନ୍ଦରଗଡ଼ରୁ ଆଜି ସର୍ବାଧିକ ୨୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଅନ୍ୟ ଜିଲ୍ଲା କଥା ଯଦି ଦେଖିବା, ତେବେ ଖୋର୍ଦ୍ଧାରୁ ୧୯୧ ଜଣ, କଳାହାଣ୍ଡିରୁ ୧୦୮, ସୁମ୍ବଲପୁରରୁ ୮୨, ବରଗଡ଼ରୁ ୮୦, ନୂଆପଡ଼ାରୁ ୭୪, କଟକରୁ ୬୨, ଝାରସୁଗୁଡ଼ାରୁ ୫୦, ଗଞ୍ଜାମରୁ ୪୯, କେନ୍ଦୁଝରରୁ ୪୮, ଅନୁଗୁଳରୁ ୪୧, ପୁରୀରୁ ୨୮, ମୟୂରଭଞ୍ଜରୁ ୨୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁର ଓ ରାୟଗଡ଼ାରୁ ୨୫ ଜଣ ଲେଖାଏଁ, ଭଦ୍ରକରୁ ୨୪, ଗଜପତିରୁ ୨୦, ନବରଙ୍ଗପୁରରୁ ୧୯, ଦେବଗଡ଼ରୁ ୧୮, ନୟାଗଡ଼ରୁ ୧୫, ବଲାଙ୍ଗିରରୁ ୧୩, ବାଲେଶ୍ବରରୁ ୧୦, କୋରାପୁଟରୁ ୭, କେନ୍ଦ୍ରାପଡ଼ାରୁ ୬, ଜଗତସିଂହପୁର ଓ କନ୍ଧମାଳ ଓ ସୋନପୁରରୁ ୫ ଜଣ ଲେଖାଏଁ, ଢ଼େଙ୍କାନାଳ ଓ ମାଲକାନଗିରିରୁ ୨ ଜଣ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୪୫ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୪୬ ହଜାର ୧୩୪ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.