Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ


ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୧୯ ତାରିଖ ସୋମବାର
ମେଷ ୬ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର
ଆଜିର ଘାତ ବାରମକର ରାଶିର
ଆଜିର ଘାତ ଚନ୍ଦ୍ର ମେଷ ରାଶିର 
ଆଜିର ନିଷେଧ ଖାଦ୍ୟ  : ବୋଇତି କଖାରୁ 
ଆଜି ତେଲୁଗୁ ନୂତନ ବର୍ଷ, ସୃଷ୍ଟିର ପ୍ରଥମ ଦିବସ ୨୦୭୮ସମ୍ବତ ପ୍ରବେଶ

ମେଷ
ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ସେଥିରେ ସଫଳତା ହାସଲ କରିବେ।ଶତୃମାନେ ପରାଜିତ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।

ବୃଷ
ଆଜି ଦେବ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣ ପ୍ରଶ˚ସିତ ହେବେ।

ମିଥୁନ
ଆଜି ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସ୍ନେହ ଶ୍ରଦ୍ଧା ସହାନୁଭୂତି ପାଇବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।

କର୍କଟ
ଆଜି ଆପଣ ପାଇଁ ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ପରାଜିତ ହେବେ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ମିଳିବ। ବ୍ୟବସାୟରୁ ଭଲ ଲାଭ ମିଳିବ। ପ୍ରେମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।

ସିଂହ
ଆଜି ମନରେ ଦ୍ଵନ୍ଦ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ଲାଗି ରହିଥିବା ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।

କନ୍ୟା
ଆଜି ଆପଣଙ୍କ ମନ ଅଶାନ୍ତ ରହିବା ସହ ମନ ଭାରାକ୍ରାନ୍ତ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ।କୌଣସି କମ୍ପାନୀରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।

ତୁଳା
ଆଜି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ । କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ଅଧିକ ଲାଭ ପାଇବେ।ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ଘରକୁ ଅତିଥି ଆସିବେ।

ବିଛା

ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ବିବାଦର ସମାଧାନ କରିବାରେ ସମର୍ଥ ହେବେ। ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।

ଧନୁ
ଆଜି ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ ।

ମକର
ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ। ଆତ୍ମିକ ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବଂ ସେଥିରେ ଲାଭ ପାଇବେ। ବ୍ୟବସାୟରେ ରେ ସଫଳତା ମିଳିବ। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ସମ୍ବର୍ଦ୍ଧିତ ହେବେ।

କୁମ୍ଭ
ଆଜି ଦିନଟି ଆପଣଙ୍କ ଲାଗି ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। ସନ୍ତାନ ସନ୍ତତି ମାନେ ଆଜ୍ଞାଧୀନ ହେବେ।

ମୀନ
ଆଜି ଆପଣ ନିଷ୍ପତ୍ତିରେ ଅଟଳ ରହିବେ ଓ ସେଥିରେ ସଫଳତା ହାସଲ କରିବେ।ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶା ଠାରୁ ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ପାଇବେ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.