Latest Odisha News

BREAKING NEWS

ଆଜି ୧୪୩ ପଜିଟିଭ, ୧୪୩ ସୁସ୍ଥ

ଭୁବନେଶ୍ୱର: ଆସିଲେ ୧୪୩ ଗଲେ ୧୪୩ । ଆଜି ସକାଳେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୧୪୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୩୮୬୩ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଜପତିର ସର୍ବାଧିକ ୧୮ ଜଣ ଅଛନ୍ତି । ସେହିପରି ବରଗଡ, ମାଲକାନଗିରି ଓ ପୁରୀରୁ ୧୫ ଜଣ ଲେଖାଏଁ, ବଲାଙ୍ଗିରରୁ ୧୨, କଟକରୁ ୧୦, ଖୋର୍ଦ୍ଧାରୁ ୯, ମୟୂରଭଂଜରୁ ୮, କେନ୍ଦ୍ରାପଡାରୁ ୬, ବାଲେଶ୍ୱର, ଢ଼େଙ୍କାନାଳ ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ, ଭଦ୍ରକ, ବୌଦ୍ଧ, ଝାରସୁଗୁଡା, ଯାଜପୁର ଓ କଳାହାଣ୍ଡିରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି କନ୍ଧମାଳ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ ଓ ସୁନ୍ଦରଗଡରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.