Latest Odisha News

ପୁରୀ ରଥଯାତ୍ରା ହେବା ସପକ୍ଷରେ ସୁପ୍ରିମକୋର୍ଟରେ ଲଢିଲେ ଦେଶର ହାଇପ୍ରୋଫାଇଲ ଆଇନଜୀବୀ ସମୂହ

ନୂଆଦିଲ୍ଲୀ: ଶେଷରେ ମିଳିଛି ଆଶ୍ୱସ୍ତି । ପୁରୀରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟରେ ଏହାର ପୁନଃବିଚାର ବେଳେ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢିଥିଲେ ଦେଶର ହାଇପ୍ରୋଫାଇଲ ଓକିଲ ।

ଏମାନେ ହେଲେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ଓ ରଂଜିତ କୁମାର, ପୂର୍ବତନ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ମନିନ୍ଦର ସିଂ, ବରିଷ୍ଠ ଆଇନଜୀବୀ କେ.ଭି. ବିଶ୍ୱନାଥନ, ପି.ଏସ୍‌. ନରସିଂହମ୍‌, ସି. ଏସ୍‌. ବୈଦ୍ୟନାଥନ, ମହେଶ ଜେଠମାଲାନୀ ଏବଂ ଅରିଜିତ ପ୍ରସାଦ ।

ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ ଜଷ୍ଟିସ୍ ହରିଶ ସାଲଭେ । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ପକ୍ଷ ରଖିଥିଲେ ।

ନାଗପୁରରୁ ଭିଡିଓ କନଫରେନ୍ସିଂ ଜରିଆରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା । ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ. ଏ. ବୋବଡେ୍‌ଙ୍କ ସହିତ ଜଷ୍ଟିସ୍ ଏ .ଏସ୍‌. ବୋପାନ୍ନା ଓ ଜଷ୍ଟିସ୍ ଦୀନେଶ ମାହେଶ୍ୱରୀ ରହିଥିଲେ ।
ଜୁନ ୧୮ ରେ ଏହି ଖଣ୍ଡପୀଠ ରଥଯାତ୍ରା ବନ୍ଦ ନେଇ ରାୟ ଶୁଣାଇ ଥିଲେ ।

Leave A Reply

Your email address will not be published.