Latest Odisha News

BREAKING NEWS

ସକାଳେ ୧୪୬ ପଜିଟିଭ, ଅପରାହ୍ଣରେ ୧୪୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୮୫୪ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ ୨୬ ଜଣ ଅଛନ୍ତି । ସେହିପରି ଖୋର୍ଦ୍ଧାର ୨୩, ଗଞ୍ଜାମର ୧୮, ମୟୂରଭଞ୍ଜର ୧୩, ଗଜପତିର ୧୨, ଭଦ୍ରକର ୧୧, ବଲାଙ୍ଗୀରର ୧୧, କନ୍ଧମାଳ, କୋରାପୁଟ ଓ ରାୟଗଡାରୁ ୫ ଜଣ ଲେଖାଏଁ ରହିଛନ୍ତି । ସେହିପରି କଳାହାଣ୍ଡିର ୪, ଯାଜପୁର ଓ ନୟାଗଡରୁ ୩ ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡା ଓ ପୁରୀରୁ ୨ଜଣ ଲେଖାଏଁ ଓ ଜଗତସିଂପୁରରୁ ଜଣେ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସୋମବାର ଆଉ ୧୪୬କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୫୫ରେ ପହଞ୍ଚିଛି ।

Leave A Reply

Your email address will not be published.