Latest Odisha News

ନଭେମ୍ବରରେ ବିବାହ କରିଥାନ୍ତେ ସୁଶାନ୍ତ ସିଂହ ରାଜପୁତ !

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତରେ ପୂରା ବଲିଉଡ ସ୍ତବ୍ଧ ହୋଇପଡିଛି । ଏପରିକି ତାଙ୍କ ମୃତ୍ୟୁକୁ ଫ୍ୟାନ୍ ମାନେ ମଧ୍ୟ ବିଶ୍ୱାସ କରିପାରୁନଥିବା ବେଳେ ସୋସିଆଲ୍ ମିଡିଆରେ ସୁଶାନ୍ତଙ୍କ ଫଟୋକୁ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଉଥିବା ନଜର ଆସୁଛି ।

ଏହି ଅଭିନେତା ଜଣକ ବଲିଉଡର ସଫଳ ଆକ୍ଟରଙ୍କ ମଧ୍ୟରେ ପରିଗଣିତ ହେଉଥିବା ବେଳେ ଆସନ୍ତା ନଭେମ୍ବରରେ ସେ ବିବାହ କରିଥାନ୍ତେ ।

ଏନଡିଟିଭି ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସୁଶାନ୍ତଙ୍କ ସମ୍ପର୍କୀୟ ଭାଇ ଏନେଇ ଖୁଲାସା କରିଥିବା ବେଳେ ବିବାହକୁ ନେଇ ତାଙ୍କ ପରିବାର ବର୍ଗ ମଧ୍ୟ ପ୍ରସ୍ତୁତିରେ ଲାଗିଥିଲେ ।

ହେଲେ ସେ କାହାକୁ ବିବାହ କରିଥାଆନ୍ତେ ସେନେଇ କିଛି ସ୍ପଷ୍ଟ କରିନଥିଲେ ତାଙ୍କ ଭାଇ ।

ତେବେ ୨୦୦୮ ମସିହାରେ ଟେଲି ସିରିଏଲ୍ ‘କିସ୍ ଦେଶ ମେ ହେ ମେରା ଦିଲ’ରେ ଡେବ୍ୟୁ କରିଥିଲେ । ପରେ ‘ପବିତ୍ର ରିସ୍ତା’ ଧାରାବାହିକ ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା ।

Leave A Reply

Your email address will not be published.