Latest Odisha News

ବିହାରର ସୁଶାନ୍ତଙ୍କୁ ଦିନେ ପରିଚୟ ଦେଇଥିଲା ମାୟା ନଗରୀ, ହେଲେ ଅଧା ରହିଗଲା ଯାତ୍ରା

ନୂଆଦିଲ୍ଲୀ: ହିନ୍ଦୀ ସିନେ ଜଗତର ସଫଳ ଅଭିନେତାଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ସୁଶାନ୍ତ ସିଂହ ରାଜପୁତ । ଯିଏକି ମାତ୍ର ୩୪ ବର୍ଷ ବୟସରେ ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରି ଦୁନିଆରୁ ସବୁଦିନ ପାଇଁ ଅଲବିଦା ନେଇଯାଇଛନ୍ତି ।

ସବୁ ବେଳେ ହସୁଥିବା ସୁଶାନ୍ତଙ୍କ ଅଚାନକ ମୃତ୍ୟୁକୁ ଆଜିବି ବିଶ୍ୱାସ କରିପାରୁନାହିଁନ୍ତି ତାଙ୍କ ପ୍ରଶଂସକମାନେ ।

ଜାଣନ୍ତୁ, ବିହାରରୁ ବଲିଉଡ ଯାଏଁ କେମିତି ଥିଲା ତାଙ୍କ ଯାତ୍ରା…

୧୯୮୬ ମସିହା ଜାନୁଆରୀ ୨୧ରେ ବିହାରର ଏକ ଗାଁ ମଲହିହିରେ ଜନ୍ମଗ୍ରହଣ କରିଥିଲେ ସୁଶାନ୍ତ । ତାଙ୍କ ପିତା କେ କେ ସିଂହ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବା ବେଳେ ୨୦୦୨ ମସିହାରେ ତାଙ୍କ ମାତାଙ୍କ ଦେହାନ୍ତ ହୋଇଥିଲା ।

ବିହାରରେ ହାଇସ୍କୁଲ ସମାପ୍ତ କରିବା ପରେ ସେ ଦିଲ୍ଲୀ ଟେକ୍ନିକାଲ ୟୁନିଭରସିଟିରେ ଆଡମିଶନ ନେଇଥିଲେ । ହେଲେ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁଯାୟୀ ସୁଶାନ୍ତ ମେକାନିକାଲ୍ ପାଠପଢା ସମ୍ପୂର୍ଣ୍ଣ କରିନଥିଲେ ।

ଅଭିନୟ ପ୍ରତି ଦୁର୍ବଳତା ରଖୁଥିବା ସୁଶାନ୍ତ ୨୦୦୮ ମସିହାରେ ଟେଲି ସିରିଏଲ୍ ‘କିସ୍ ଦେଶ ମେ ହେ ମେରା ଦିଲ’ରେ ଡେବ୍ୟୁ କରିଥିଲେ । ପରେ ‘ପବିତ୍ର ରିସ୍ତା’ ଧାରାବାହିକ ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା ।

ଏହାଛଡା ସେ ରିଆଲିଟି ଶୋ’ ‘ଜରା ନଚକେ ଦିଖା’, ‘ଝଲକ ଦିଖଲା ଯା-୪’ରେ ମଧ୍ୟ ନଜର ଆସିଥିଲେ ।

ପରେ ‘କାଇ ପୋ ଚେ’ରୁ ତାଙ୍କର ସିନେମା ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମ ଫିଲ୍ମ ସଫଳ ହେବା ସଙ୍ଗେସଙ୍ଗେ ତାଙ୍କ ଅଭିନୟକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରିଥିଲେ ।

ସେ ତାଙ୍କ ଫିଲ୍ମ କ୍ୟାରିୟରରେ ‘ଫିଲ୍ମଫେୟାର ଆୱାର୍ଡ’ ପାଇଁ ନୋମିନେଟେଡ୍ ହୋଇଥିଲେ ।

ହେଲେ ଗତବର୍ଷ ରିଲିଜ ହୋଇଥିବା ‘ଛିଛୋରେ’ ଫିଲ୍ମ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ହୋଇଯାଇଛି । ଯାହା ବକ୍ସ ଅଫିସରେ ସଫଳ ହୋଇଥିଲା ।

Leave A Reply

Your email address will not be published.