Latest Odisha News

BREAKING NEWS

ଏକାଥରକେ ସୁସ୍ଥ ହେଲେ ୧୪୯ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ସଂଖ୍ୟା । ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୪୯ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୨୮୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଂଜାମରୁ ସର୍ବାଧିକ ୫୭ ଜଣ ଅଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୬, ବଲାଙ୍ଗିରରୁ ୧୧, ଜଗତସିଂହପୁରରୁ ୮, ବାଲେଶ୍ୱର, ଯାଜପୁର ଓ ନୟାଗଡରୁ ୭ ଜଣ ଲେଖାଏଁ, ଭଦ୍ରକ, କେନ୍ଦ୍ରାପଡା ଏବଂ ପୁରୀରୁ ୫ ଜଣ ଲେଖାଏଁ, ସୁନ୍ଦରଗଡରୁ ୪, କେନ୍ଦୁଝରରୁ ୩, କଟକରୁ ୨ ଏବଂ ବୌଦ୍ଧ ଓ କୋରାପଟୁର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏସମସ୍ତ ରିପୋର୍ଟ ନେଗେଟିଭ ଆସିବା ପରେ ଏମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ଆଜି ସକାଳେ ରାଜ୍ୟରେ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ରେ ପହଂଚିଛି ।

Comments are closed.