ସୁସ୍ଥ ହେଲେ ଆଉ ୧୬୭୩ କରୋନା ଆକ୍ରାନ୍ତ, ୩୬ ହଜାର ଡେଇଁଲା ମୋଟ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂଖ୍ୟା । ଏଥିସହ ଆରୋଗ୍ୟ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ିଚାଲିଛି । ଆଜି ପୁଣି ରାଜ୍ୟରୁ ୨୮ ଜିଲ୍ଲାରୁଚ ୧୬୭୩ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନାରୁ ଆରୋଗ୍ୟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୬,୪୭୮ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।
ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୧୭୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୬୩ ଜଣ, କଟକ ଜିଲ୍ଲାରୁ ୧୨୬ ଜଣ, କୋରାପୁଟ ଜିଲ୍ଲାରୁ ୧୨୦ ଜଣ ଓ ପୁରୀ ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସମ୍ବଲପୁର ଜିଲ୍ଲାରୁ ୬୧, ବରଗଡ଼ ଜିଲ୍ଲାରୁ ୫୦ ଜଣ, କେନ୍ଦୁଝର ଜିଲ୍ଲାରୁ ୪୭ ଜଣ, ରାୟଗଡ଼ା ଜିଲ୍ଲାରୁ ୪୭ ଜଣ, କନ୍ଧମାଳ ଜିଲ୍ଲାରୁ ୪୬ ଜଣ, ନୟାଗଡ଼ ଜିଲ୍ଲାରୁ ୩୫ ଜଣ, ଯାଜପୁର ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୩୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୩ ଜଣ, ମାଲକାନଗିରି ଜିଲ୍ଲାରୁ ୨୮ ଜଣ, ଭଦ୍ରକ ଜିଲ୍ଲାରୁ ୨୬ ଜଣ, ମୟୂରଭଂଜ ଜିଲ୍ଲାରୁ ୨୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୧ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୫ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୪ ଜଣ, ନବରଙ୍ଗପରୁ ଜିଲ୍ଲାରୁ ୧୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬ ଜଣ, ଅନୁଗୁଳ ଜିଲ୍ଲାରୁ ୪ ଜଣ, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Comments are closed.