ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା ସଂକ୍ରମିଣ ମଧ୍ୟରେ ଆସିଛି ଭଲ ଖବର । ଆଜି ପୁଣି ଆଉ ୨୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୯୪୩ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।
4 each from Cuttack and Sundergarh
3 each from Bhadrak and Nayagarh
1 from BaragarhThe total recovered cases of #Odisha now stand at 5934.
(2/2)— H & FW Dept Odisha (@HFWOdisha) July 4, 2020
ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଂଜାମୀ ସର୍ବାଧିକ ୯୧ ଜଣ ଅଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୯, ଗଜପତିର ୨୬, ଝାରସୁଗୁଡାରୁ ୧୫, ବଲାଙ୍ଗୀରର ୧୨, ଜଗତସିଂପୁରର ୧୧, ମୟୂରଭଞ୍ଜର ୧୧, ଯାଜପୁରର ୮, କେନ୍ଦ୍ରାପଡାରୁ ୬ ଓ କେଉଁଝରରୁ ୫ଜଣ ରହିଛନ୍ତି । ସୁନ୍ଦରଗଡ ଓ କଟକରୁ ୪ଜଣ ଲେଖାଏଁ ଏବଂ ଭଦ୍ରକ ଓ ନୟାଗଡରୁ ୩ଜଣ ଲେଖାଏଁ, ବରଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କ ରିପୋର୍ଟ ନେଗେଟିଭି ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୯୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୦୧ରେ ପହଞ୍ଚିଛି ।
Comments are closed.