ଭୁବନେଶ୍ୱର: ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ ଜଣ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମରୁ ୨୦ଜଣ, କେନ୍ଦ୍ରାପଡାରୁ ୫ ଜଣ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରୁ ୨ ଜଣ ଲେଖାଏଁ ସୁସ୍ଥ୍ୟ ହୋଇଛନ୍ତି । ସେହିପରି ନୟାଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ୍ୟ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ଏବେ ରାଜ୍ୟରେ ୩୦୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Another 30 #COVID19 patients have recovered and are being discharged.
20 are from Ganjam
5 are from Kendrapara
2 each from Balasore and Bhadrak and
1 from NayagarhThe total recovered cases of #Odisha now stand at 307. #OdishaFightsCorona
— H & FW Dept Odisha (@HFWOdisha) May 19, 2020
ଅନ୍ୟପଟେ ଆଜି ରାଜ୍ୟରେ ପୁଣି ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ ସଂଗରୋଧ କେନ୍ଦ୍ରରେ ଥିଲେ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହିଚଂଛି । ସେପଟେ ରାଜ୍ୟରେ ଲକ୍ଷେ ଟପିଛି କରୋନା ନମୂନା ପରୀକ୍ଷା ।ସିଏମଓ କାର୍ୟ୍ୟାଳୟ ଆଜି ଟୁଇଟ କରି ଏନେଇ ସୂଚନା ଦିଆଯାଇଛି ।
Comments are closed.