Latest Odisha News

BREAKING NEWS

ଓଡ଼ିଶାର ୮ଟି ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ୮ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ସତର୍କ ସୂଚନା ପ୍ରଦାନ କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟର ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଆଦି ଜିଲ୍ଲାରେ ଦ୍ବିପହର ୨ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ- ସମ୍ଭାବ୍ୟ ମହାବାତ୍ୟା ଅମ୍ଫାନ ପ୍ରଭାବରେ କ’ଣ କ୍ଷତି ହେବା ଆଶଙ୍କା ରହିଛି, ଜାଣନ୍ତୁ

ଆହୁରି ମଧ୍ୟ ଏହି ସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ଝଡ଼ବର୍ଷା ଆଶଙ୍କା ରହିଛି।

ଅଧିକ ପଢନ୍ତୁ- ସୁନ୍ଦରବନରେ ମାଡ ହେବ ମହାବାତ୍ୟା ‘ଅମ୍ଫାନ’, ରଚିବ ତାଣ୍ଡବ

Leave A Reply

Your email address will not be published.