Latest Odisha News

BREAKING NEWS

ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୩୦୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ, ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୩୦୦ ଆକ୍ରାନ୍ତ । ନୂଆପଡ଼ାରୁ ସର୍ବାଧିକ ୮୨ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୩୪ ଜଣ, କଟକରୁ ୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ବରଗଡ଼ରୁ ୨୪ ଜଣ ସୁସ୍ଥ ହୋଇଥିବା ବେଳେ, ଝାରସୁଗୁଡ଼ାରୁ ୨୪, ସୁନ୍ଦରଗଡ଼ରୁ ୧୫, ବଲାଙ୍ଗିରରୁ ୧୩, ସମ୍ବଲପୁରରୁ ୧୧, ଭଦ୍ରକ, ଯାଜପୁର, କଳାହାଣ୍ଡି ଓ ମୟୂରଭଞ୍ଜରୁ ୮ ଜଣ ଲେଖାଏଁ, ଗଞ୍ଜାମ ଓ ପୁରୀରୁ ୬ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪ଜଣ, ଅନୁଗୁଳ, ବାଲେଶ୍ବର ଓ କେନ୍ଦୁଝରରୁ ୩ ଜଣ ଲେଖାଏଁ, ରାୟଗଡ଼ାରୁ ୨ ଜଣ, ଦେବଗଡ଼, ଜଗତସିଂହପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ ଓ ଷ୍ଟେଯ୍ ପୁଲରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୭ ହଜାର ୯୩୫ ଜଣ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.