Latest Odisha News

ମନି ଲଣ୍ଡରିଂ ମାମଲା: ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

ନୂଆଦିଲ୍ଲୀ: ମଙ୍ଗଳବାର ଇଡି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଅର୍ଥ ହେର୍‌ଫେର୍‌ କାରବାରରେ ମାମଲା ରୁଜୁ କରିଛି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଏହି ମାମଲା ସିବିଆଇ ଦ୍ବାରା ଦାଖଲ ହୋଇଥିବା ଏଫ୍ଆଇଆର୍ ଆଧାରରେ ପଞ୍ଜୀକୃତ ହୋଇଛି ବୋଲି ସୂଚନା ମିଳିଛି।

ସିବିଆଇ ମାମଲା ଦାବି କରିଛି ଯେ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ନିଜର ସରକାରୀ ପଦବୀ ବ୍ୟବହାର କରି ଅଯଥା ସୁବିଧା ପାଇବା ସହିତ ମୁମ୍ବାଇ ପୋଲିସର ଟ୍ରାନ୍ସଫର ଏବଂ ପୋଷ୍ଟିଂ ଉପରେ ମଧ୍ୟ ପ୍ରଭାବ ପକାଇଥିଲେ।

Leave A Reply

Your email address will not be published.