ଭୁବନେଶ୍ବର : ରାଜଧାନୀରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଡେଙ୍ଗୁ ଡରାଇ ଚାଲିଥିବା ବେଳେ ଏବେ ପୁଣି ଚିହ୍ନଟ ହୋଇଛନ୍ତି ଆଉ ୪୬ ଆକ୍ରାନ୍ତ । ଫଳରେ ଏହି ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 8୭୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ୭୫୮୧ଟି ଘରେ ମୋଟ ୩୧ ହଜାର ୪୯୬ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ସେହିପରି ୨୫ ହଜାର ୮୬୭ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟାଯିବା ସହ ୨୫ ହଜାର ୭୭୧ଟି ସ୍ଥାନରେ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ସୂଚନା ଦେଇଛି ବିଏମସି ।
ସେହିପରି ଡେଙ୍ଗୁ ଚିହ୍ନଟ ଅଞ୍ଚଳରେ କିପରି ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବ ସେନେଇ ପଦକ୍ଷେପ ନିଆଯାଉଛି । ଡେଙ୍ଗୁ ଚିହ୍ନଟ ଅଞ୍ଚଳରେ ସଫେଇ କରାଯିବା ସହ ବ୍ଲିଚିଂ ଓ ମଶା ଧୂଆଁ ଦିଆଯାଉଛି । ଏହାସହ ବିଭିନ୍ନ ଓ୍ବାର୍ଡରେ ଲୋକଙ୍କୁ ସଚେତନ କରିବା ପାଇଁ ଅଭିଯାନ ଚଳାଇଛି ମହନଗର ନିଗମ । ଘର ଚାରି ପାଖରେ ପାଣି ଜମିବାକୁ ନଦେବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛି ବିଏମସି । ତେବେ ଡେଙ୍ଗୁକୁ ନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛି ମହାନଗର ନିଗମ ।
Comments are closed.