Latest Odisha News

BREAKING NEWS

ଭୁବନେଶ୍ବରରୁ ଆଉ ୪୭୧ ପଜିଟିଭ୍, ୧୦୬୨ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନାକୁ ନେଇ ବଢୁଛି ଚିନ୍ତା । ହେଲେ ଆଜି ଅଧାକୁ ଖସିଛି ସଂକ୍ରମଣ । ପ୍ରତିଦିନ ୧୦ ହଜାର ଉପରେ ଆକ୍ରାନ୍ତ ସଂଖ୍ୟା ରହୁଥିବା ବେଳେ, ଆଜି ଦ୍ରୁତ ଗତିରେ ହ୍ରାସ ପାଇଛି ପଜିଟିଭ୍ ସଂଖ୍ୟା । ଏହି କ୍ରମରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୪୭୧ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୧୮ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩୫୩ । ସେହିପରି ଆଜି ସୁସ୍ଥ ହୋଇଛନ୍ତି ୧୦୬୨ ଜଣ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଓଲ୍ଡ ଟାଉନରୁ ୧୯ ଜଣ ଥିବା ବେଳେ, ପଟିଆରୁ ୨୦, ଝାରପଡ଼ାରୁ ୧୪, ଲକ୍ଷ୍ମୀସାଗରରୁ ୧୩, ମଞ୍ଚେଶ୍ବରରୁ ୧୨, ଖଣ୍ଡଗିରିରୁ ୧୩, ନୟାପଲ୍ଲୀରୁ ୧୮, ଟଙ୍କାପାଣି ରୋଡରୁ ୧୨, ନୀଳାଦ୍ରିବିହାରରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ବରର ଅନ୍ୟ ଅଞ୍ଚଳରୁ ମଧ୍ୟ କିଛି ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ୭୨ ହଜାର ୩୫୪ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏମାନଙ୍କ ମଧ୍ୟରୁ ୫୯ ହଜାର ୯୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ୩୨୮ ଜଣଙ୍କ ଜୀବନ ନେଲାଣି ଭାଇରସ । ବାକି ୧୨ ହଜାର ୯୭ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.