Latest Odisha News

BREAKING NEWS

ଜଉ କଣ୍ଢେଇ ବାହାଘରର ଲଗ୍ନଧରା ସମ୍ପନ୍ନ

ବାଲେଶ୍ୱର: ପ୍ରତିବର୍ଷ ପବିତ୍ର ଚନ୍ଦନ ପୂର୍ଣ୍ଣିମାରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ବାରା ଜଉ କଣ୍ଢେଇ ବାହାଘରର ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ କରାଯାଏ । ଚଳିତ ବର୍ଷ ଚନ୍ଦନ ପୂର୍ଣ୍ଣିମା ଅବସରରେ ସନ୍ଧ୍ୟା ୭ ଟାରେ ରେମୁଣା ଗୋଲେଇ ନିକଟସ୍ଥ କୋଶମ୍ବ ନଗରର ଦୁବଲାଗଡ଼ରେ ପ୍ରତୀକାତ୍ମକ ଭାବରେ ସମଲେଇ ଓ ଶମ୍ଭୁନାଥ ଜଉକଣ୍ଢେଇ ଲଗ୍ନଧରା କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ଏହି ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଦୁଇ ଜଉ କଣ୍ଢେଇ ଶିଳ୍ପୀ ପରିବାର ଆଗେଇ ଆସିଥିଲେ ।ବର କର୍ତ୍ତାକର୍ତ୍ତୀ ଭାବରେ ମଦନ ମୋହନ ସାହୁ ଓ ସୁକାନ୍ତି ସାହୁ ଓ କନିଆ କର୍ତ୍ତାକର୍ତ୍ତୀ ଭାବରେ ଭବେନ୍ଦ୍ରନାଥ ଦେ ଓ କବିତା ଦେ ଲଗ୍ନଧରା କାର୍ଯ୍ୟକୁ ସଂପାଦନ କରିଛନ୍ତି । ଚଳିତ ବର୍ଷ କୋଭିଡ ୧୯ ଓ ୟଶ୍ ବାତ୍ୟାକୁ ଧ୍ୟାନ ରଖି ଏହି ଲଗ୍ନଧରା ଉତ୍ସବ ସଂକ୍ଷିପ୍ତ ଓ ସାଂକେତିକ ଭାବରେ ସମ୍ପନ୍ନ କରାଯାଇଛି । କମିଟିର ପ୍ରଥାନୁଯାୟୀ ବରକନ୍ୟା ଉଭୟ ପକ୍ଷ ଉଭୟକୁ ଯୌତୁକ ଦାବୀ ପ୍ରକ୍ରିୟାରେ କନିଆ 

କର୍ତ୍ତା ପକ୍ଷରୁ ୟଶ୍ ବାତ୍ୟା ଜନିତ ସବୁଜିମାର କ୍ଷୟକ୍ଷତିର ଭରଣା ପାଇଁ ବୃକ୍ଷରୋପଣ ପାଇଁ ଦାବୀ କରିଛନ୍ତି । ସେପଟେ ବର ପକ୍ଷରୁ କୋଭିଡ ୧୯ ପାଇଁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ପାଇଁ ଦାବୀ କରିଥିଲେ ।

ଆସନ୍ତା ଜୁନ ୬ ତାରିଖରେ କୋଭିଡ ନିୟମ ପାଳନ କରାଯାଇ ପ୍ରତୀକାତ୍ମକ ଭାବରେ ବିବାହ କାର୍ଯ୍ୟ ସଂପାଦନ କରାଯିବ ବୋଲି କମିଟି ତରଫରୁ ପ୍ରକାଶ କରାଯାଇଛି । ଏଥିରେ ଘଟକ ଭାବରେ ପ୍ରୀତମ ନାୟକ ଯୋଗ ଦେଇଥିବା ବେଳେ ଜଉକଣ୍ଢେଇ ଶିଳ୍ପୀଗୁରୁ କନକଲତା ଦାସ ଯୋଗ ଦେଇ କନ୍ୟା ସମଲେଇଙ୍କୁ ଆଶିର୍ବାଦ କରିଥିଲେ ।

Leave A Reply

Your email address will not be published.