ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ଆଜି ପୁଣି ଆଉ ୬୫ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।
The total recovered cases of #Odisha now stand at 1481.
— H & FW Dept Odisha (@HFWOdisha) June 4, 2020
ଆଜି ସୁସ୍ଥ ହୋଇଥିବା ସମ୍ପୃକ୍ତ ୬୫ ଜଣଙ୍କ ମଧ୍ୟରେ ଗଂଜାମ ଜିଲ୍ଲାର ସର୍ବାଧିକ ୧୪ ଜଣ ଅଛନ୍ତି । ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡାରୁ ୧୦ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅନ୍ୟପଟେ ଭଦ୍ରକରୁ ୮, କେନ୍ଦୁଝରରୁ ୭, ବଲାଙ୍ଗିରରୁ ୬, ଖୋର୍ଦ୍ଧାରୁ ୩, ବାଲେଶ୍ୱର ଏବଂ ଯାଜପୁରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଢ଼େଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳରୁ ଜଣେ ଲେଖାଏଁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୪୮୧ରେ ପହଂଚିଛି ।
Comments are closed.