Latest Odisha News

BREAKING NEWS

ହ୍ୱୁସିଲବ୍ଲୋୟର ଲି ୱେନଲିଆଙ୍ଗ ପରେ ରହସ୍ୟମୟ ଢ଼ଙ୍ଗରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ବେଜିଂ:କରୋନା ସମ୍ପର୍କରେ ସାରା ଦୁନିଆକୁ ସତର୍କ କରାଇଥିବା ହ୍ୱୁସିଲବ୍ଲୋୟର ଡା.ୱେନଲିଆଙ୍ଗପରେ ଗୁରୁବାର ଆଉ ଜଣେ ଡାକ୍ତର ହୁ ଉଇପେଙ୍ଗଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ସେ ମଧ୍ୟ କରୋନା ରୋଗରେ ଆକ୍ରାନ୍ତ ଥିଲେ । ୪୨ ବର୍ଷୀୟ ହୁ ୱେନଲିଆଙ୍ଗଙ୍କ ଟିମରେ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେ ଜାନୁୟାରୀରୁୂ କରୋନାରେ ସଂକ୍ରମିତ ହୋଇଥିଲେ ।

ତାଙ୍କ ଶରୀର ଆଶ୍ଚର୍ଯ୍ୟଜନକ ଭାବେ କଳା ପଡୁଥିଲା । ଏପ୍ରିଲ ୨୨ରେ ସେ କୋମା ଷ୍ଟେଜକୁ ପଳାଇ ଯାଇଥିଲେ । ହୁଙ୍କ ପୂର୍ବରୁ ମି ଝୋଙ୍ଗମିଙ୍ଗ ଓ ଝୁ ହେପିଙ୍ଗ ମଧ୍ୟ କରୋନାରେ ମୃତ୍ୟୁବରଣ କରିଛନ୍ତି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.