Latest Odisha News

କରୋନା ଅପଡେଟ୍‌: ସୁସ୍ଥ ହେଲେ ଆଉ ୭୬ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ସର୍ବାଧିକ ୧୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ତେବେ ଏହାରି ଭିତରେ ମଧ୍ୟାହ୍ନରେ ଆସିଛି ଏକ ଆଶ୍ୱସ୍ତିକର ଖବର । ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ସୁସ୍ତ ହୋଇଛନ୍ତି । ଏହି ୭୬ ଜଣଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସମସ୍ତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ତେବେ ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ସର୍ବାଧିକ ୧୭ ଜଣ ଅଛନ୍ତି । ସେହିପରି ଗଂଜାମରୁ ୧୬, ନୟାଗଡ ଓ କଳାହାଣ୍ଡିରୁ ୧୧ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଯାଜପୁରରୁ ୫, ବାଲେଶ୍ୱର ଏବଂ ମୟୂରଭଂଜରୁ ୩ ଜଣ ଲେଖାଏଁ, ଅନୁଗୁଳ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେହିପରି କଟକ, ଢ଼େଙ୍କାନାଳ, ମାଲକାନଗିରି, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୧୨୬ରେ ପହଂଚିଛି ।

Leave A Reply

Your email address will not be published.