Latest Odisha News

BREAKING NEWS

ନେପାଳ ସଂସଦରେ ଆଗତ ହେଲା ନକ୍ସା ସଂଶୋଧିତ ବିଲ

କାଠମାଣ୍ଡୁ: ନୂଆ ନକ୍ସାକୁ ନେଇ ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ନେପାଳ ସଂସଦରେ ଆଗତ ହୋଇଛି ସଂଶୋଧିତ ବିଲ୍ । ନେପାଳର ଆଇନ ମନ୍ତ୍ରୀ ଶିବମାୟା ନୂଆ ନକ୍ସା ସମ୍ପର୍କରେ ସଂସଦରେ ବିଲ୍ ଆଗତ କରିଛନ୍ତି ।

ନେପାଳର ଏହି ନୂଆ ନକ୍ସାରେ ଭାରତର କାଳାପାଣି, ଲିପୁଲେଖା ଏବଂ ଲିମ୍ପିଆଧୁରାକୁ ସାମିଲ କରିଛି । ନେପାଳୀ କଂଗ୍ରେସ ନେପାଳର ନକ୍ସାକୁ ଅପଡେଟ୍ କରିବା ପାଇଁ ଆଗତ ସଂଶୋଧିତ ବିଲ୍‌କୁ ସମର୍ଥନ କରିଛି ।

ମେ’ ୨୨ରେ ଏହି ବିଲ୍‌କୁ ନେପାଳ ସଂସଦରେ ପଂଜିକରଣ କରାଯାଇଥିଲା । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ସୁମଶେରଙ୍କ ଦ୍ୱାରା ଏସବୁ ଅଂଚଳ ନେପାଳର ବୋଲି କୁହାଯାଉଛି । ଏହି ବିଲ୍ ପାସ୍ ହେବା ପାଇଁ ନେପାଳ ସଂସଦରେ ନେପାଳ ସଂସଦର ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି । ସେପଟେ ନେପାଳର ଏଭଳି କାର‌୍ୟ୍ୟ ପାଇଁ ପରୋକ୍ଷରେ ଚୀନକୁ ଦାୟୀ କରିଛି ଭାରତ ।

Leave A Reply

Your email address will not be published.