Latest Odisha News

BREAKING NEWS

ବାଲେଶ୍ୱରରେ ପଙ୍ଗପାଳ ଆତଙ୍କ !

ବାଲେଶ୍ୱର: ବାଲେଶ୍ୱର ଔପଦା ବ୍ଲକର ବଉଳଗଡ଼ିଆ ଅଞ୍ଚଳରେ ପଙ୍ଗପାଳ ଆତଙ୍କ  । ଏହି ଅଞ୍ଚଳ କୁଳଡିହା ଅଭୟାରଣ୍ୟକୁ ଲାଗିଛି  । ତେବେ ଜଙ୍ଗଲର ଅନେକ ଡାଳପତ୍ରକୁ ପୋକ ଖାଇ ଲଣ୍ଡା ହୋଇଯାଇଥିବା ଦେଖିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଯାଇଥିଲା  । ପରେ ସମସ୍ତେ ଏକତ୍ରିତ ହୋଇ ଜଙ୍ଗଲ ଭିତରକୁ ଯିବା ପରେ ହଜାର ହଜାର ସଂଖ୍ୟାର ଝିଣ୍ଟିକା ସଦୃଶ ପୋକ ଗଛ ପତ୍ରରେ ବସିଥିବା ଦେଖିବାକୁ ପାଇଥିଲେ  । ସେହି ପୋକଗୁଡ଼ିକ ପତ୍ରଗୁଡ଼ିକୁ ଖାଉଥିବାର ମଧ୍ୟ ଦେଖିଥିବା କହିଛନ୍ତି ଗ୍ରାମବାସୀ  । ତେବେ କିଛି ଏଗୁଡ଼ିକୁ ପଙ୍ଗପାଳ କହୁଥିବାବେଳେ ଆଉ କିଛି ବଣୁଆ ପୋକ ବୋଲି କହୁଛନ୍ତି  ।

ଗୋଟିଏପଟେ ଜୁନ ମାସରେ ପଙ୍ଗପାଳ ଓଡ଼ିଶା ଆସିଯିବେ ବୋଲି ଚର୍ଚ୍ଚା ଜୋର ଧରିଛି  । ଏପଟେ ଔପଦା ଅଞ୍ଚଳରେ ସମାନ ପ୍ରଜାତିର ପୋକକୁ ଦେଖି ଆତଙ୍କିତ ହୋଇପଡ଼ିଛନ୍ତି ଚାଷୀ  । ନିଜର କଷ୍ଟ ଉପାର୍ଜିତ ଫସଲକୁ କିଭଳି ଏମାନଙ୍କ ଦାଉରୁ ରକ୍ଷା କରିବେ ଏବେ ସେହି ଚିନ୍ତା ଘାରିଛି ସଭିଙ୍କୁ  । ଅନ୍ୟପଟେ ସେଗୁଡ଼ିକ ପଙ୍ଗପାଳ ନୁହେଁ, ଗୋଟିଏ ପ୍ରଜାତିର ଝିଣ୍ଟିକା ବୋଲି କହିଛନ୍ତି ନୀଳଗିରି କୃଷି ଅଧିକାରୀ  । ମାତ୍ର ତାଙ୍କ କଥା ଉପରେ ଭରସି ପାରୁନାହାନ୍ତି ଚାଷୀ  । ପ୍ରକୃତରେ ତାହା ପଙ୍ଗପାଳ କି ନୁହେଁ ତଦନ୍ତ କରି ଘଟଣା ଉପରୁ ପରଦା ହଟାଇବାକୁ ସାଧାରଣରେ ଦାବି ଜୋର ଧରିଛି  ।

Leave A Reply

Your email address will not be published.