Latest Odisha News

୪ବର୍ଷ ପରେ ରାମଗୋପାଳଙ୍କ ଫିଲ୍ମରେ ଅଭିନୟ କରିବେ ଅମିତାଭ

ମୁମ୍ବାଇ: ଦୀର୍ଘ ୪ ବର୍ଷ ପରେ ରାମଗୋପାଳ ବର୍ମାଙ୍କ ଫିଲ୍ମରେ ଅଭିନୟ କରିବେ ମେଗାଷ୍ଟାର ଅମିତାଭବଚ୍ଚନ । ଏବେ କିଛି ଦିନ ହେବ ରାମଗୋପାଳ ଏକ ନିର୍ଦ୍ଦିଷ୍ଟ ସ୍କ୍ରିପ୍ଟ ଉପରେ ଅଧ୍ୟୟନ ଜାରୀ ରଖିଥିଲେ । ଏହା ଅମିତାଭଙ୍କୁ ଆଖି ଆଗରେ ରଖାଯାଇ ପ୍ରସ୍ତୁତ କରାଯାଇଛି । ଫିଲ୍ମରେ ଅଭିନୟ କରିବା ପାଇଁ ସେ ଅମିତାଭଙ୍କୁ ଅନୁୂରୋଧ କରିଛନ୍ତି । ଏଥିନେଇ ମଧ୍ୟ ଅମିତାଭ ତାଙ୍କୁ ସବୁଜ ସଙ୍କେତ ଦେଇ ସାରିଛନ୍ତି ।

ଆଗାମୀ ବର୍ଷ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । ସୂଚନାଯୋଗ୍ୟ, ରାମଗୋପାଳ ଏବେ ୱେବ ସିରିଜ ଡିକମ୍ପାନୀ ନେଇ ବ୍ୟସ୍ତ ଅଛନ୍ତି । ଏହାର ସମାପ୍ତ ପରେ ଅନ୍ୟ କଳାକାରଙ୍କ ଚୟନ କରାଯିବ । ସରକାର ଫିଲ୍ମରେ ରାମଗୋପଳ ଏବଂ ଅମିତାଭଙ୍କ କମ୍ବିନେଶନ ବେଶ୍ ଆଦୃତ ହୋଇଥିଲା ।

Leave A Reply

Your email address will not be published.