Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୮୩୭ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଚିନ୍ତା ବଢ଼ାଇଛି ମହାମାରୀ କରୋନା । ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ, ଏହାରି ଭିତରେ ଆଜି ସୁସ୍ଥ ହୋଇଛନ୍ତି ୮୩୭ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ନୂଆପଡ଼ାରୁ ସର୍ବାଧିକ ୧୯୪ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୧୦୪ ଜଣ, ସୁନ୍ଦରଗଡ଼ରୁ ୮୪, କଳାହାଣ୍ଡିରୁ ୬୪, ଝାରସୁଗୁଡ଼ାରୁ ୩୨, କଟକରୁ ୩୦, ସମ୍ବଲପୁରରୁ ୨୮, ଗଞ୍ଜାମରୁ ୨୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ମୟୂରଭଞ୍ଜ, ପୁରୀ ଓ ରାୟଗଡ଼ାରୁ ୨୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ନବରଙ୍ଗପୁରରୁ ୨୩, ବରଗଡ଼ରୁ ୨୧, ଅନୁଗୁଳ ଓ ସୋନପୁରରୁ ୧୭ ଜଣ ଲେଖାଏଁ, ଯାଜପୁର ଓ କେନ୍ଦୁଝରରୁ ୧୬ ଜଣ ଲେଖାଏଁ, ବାଲେଶ୍ବରରୁ ୧୩, ବଲାଙ୍ଗିରରୁ ୧୨, କୋରାପୁଟରୁ ୧୧, ଭଦ୍ରକ ଓ ନୟାଗଡ଼ରୁ ୯ ଜଣ ଲେଖାଏଁ, ଦେବଗଡ଼ରୁ ୬, ଢ଼େଙ୍କାନାଳରୁ ୪, ଜଗତସିଂହପୁରରୁ ୩, କନ୍ଧମାଳରୁ ୨, ମାଲକାନଗିରିରୁ ଜଣେ ଓ ଷ୍ଟେଟ୍ ପୁଲରୁ ୨୩ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୨ ହଜାର ୫୭୦ ଜଣ ଆକ୍ରାନ୍ତ ।

Comments are closed.