ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୮୪୨୯ କରୋନା ଆକ୍ରାନ୍ତ
ଭୁବନେଶ୍ବର : କରୋନା ସ୍ଥିତିରେ ଆସୁଛି ସୁଧାର । ରାଜ୍ୟରେ କମୁଛି ସଂକ୍ରମଣ । ତାସାଙ୍ଗକୁ ବଢ଼ିବାରେ ଲାଗିଛି ସୁସ୍ଥ ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮ ହଜାର ୪୨୯ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୨୨୬ ଜଣ ଥିବା ବେଳେ, କଟକରୁ ୭୪୧ ଜଣ ଅଛନ୍ତି । ସେହିପରି ମୟୂରଭଞ୍ଜରୁ ୬୨୩ ଜଣ ଥିବା ବେଳେ, ଅନୁଗୁଳରୁ ୫୭୯, ପୁରୀରୁ ୫୨୮, ଯାଜପୁରରୁ ୩୯୩, କେନ୍ଦ୍ରାପଡ଼ାରୁ ୩୩୦, ବୌଦ୍ଧରୁ ୨୬୭, ବରଗଡ଼ରୁ ୨୬୪, ସମ୍ବଲପୁରରୁ ୧୫୩, ଢେଙ୍କାନାଳରୁ ୨୪୯, ନୟାଗଡ଼ରୁ ୨୪୩, ଜଗତସିଂହପୁରରୁ ୨୪୧, ବାଲେଶ୍ବରରୁ ୨୧୩, କୋରାପୁଟରୁ ୨୧୨, ନବରଙ୍ଗପୁରରୁ ୨୧୦, କଳାହାଣ୍ଡିରୁ ୧୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିପରି ସୁନ୍ଦରଗଡ଼ରୁ ୧୭୦ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୧୬୮, ରାୟଗଡ଼ାରୁ ୧୫୧, କେନ୍ଦୁଝରରୁ ୧୫୦, ଝାରସୁଗୁଡ଼ାରୁ ୧୨୪, ମାଲକାନଗିରିରୁ ୧୧୮, ସୋନପୁରରୁ ୧୧୧, ବଲାଙ୍ଗିରରୁ ୧୦୧, କନ୍ଧମାଳରୁ ୯୮, ଭଦ୍ରକରୁ ୮୮, ଗଜପତିରୁ ୭୦, ଦେବଗଡ଼ରୁ ୫୧, ନୂଆପଡ଼ାରୁ ୪୫ ଓ ଷ୍ଟେଟ୍ ପୁଲରୁ ୨୩୬ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୭ ଲକ୍ଷ ୪୭ ହଜାର ୮୦୫ ଜଣ ଆକ୍ରାନ୍ତ ।
Comments are closed.