Latest Odisha News

BREAKING NEWS

ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପୁଣେ: ମହାରାଷ୍ଟ୍ରର ପୁଣେରେ ଥିବା ଏକ ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ପାଖାପାଖି ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ମୃତ୍ୟୁ ବରଣ କରିଥିବା ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନା ଅନୁଯାୟୀ, ଫାର୍ମର ସାନିଟାଇଜର ଉତ୍ପାଦନ ୟୁନିଟରେ ବ୍ୟାପକ ଅଗ୍ନିକାଣ୍ଡ ଘଟିବା ଫଳରେ ଅନେକ ଲୋକ ନିଖୋଜ ଥିବା ଜଣାପଡିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ପ୍ରଚେଷ୍ଟା ଚଳାଇଛି।

କମ୍ପାନୀର ଅଧିକାରୀଙ୍କ କହିବାନୁସାରେ, ଅଗ୍ନିକାଣ୍ଡ ଘଟିବା ପରେ ପ୍ରାୟ ୧୭ ଜଣ କର୍ମଚାରୀ ନିଖୋଜ ରହିଛନ୍ତି। ତେବେ ନିଖୋଜ ଶ୍ରମିକଙ୍କୁ ଖୋଜିବା ଲାଗି ଛାନଭିନ୍ନ ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି।

Leave A Reply

Your email address will not be published.