Latest Odisha News

BREAKING NEWS

ବିଚ୍ ରାସ୍ତାରେ ନିର୍ମମ ହତ୍ୟା

ଭୁବନେଶ୍ୱର: ବିଚ୍ ରାସ୍ତାରେ ନିର୍ମମ ହତ୍ୟା । ଫିଲ୍ମ ଷ୍ଟାଇଲରେ ବାପା ଆଗରେ ପୁଅକ ହତ୍ୟା କରି ଫେରାର ହୋଇଗଲେ ଦୁର୍ବୃତ୍ତ । ଘଟଣା ଘଟିଛି ରାଜଧାନୀ ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ବସ୍ତିରେ । ଖୋଦ୍ ରବୀନ୍ଦ୍ର ସାହୁଙ୍କ ଘର ସାମନାରେ ଘଟିଛି ଏହି ଘଟଣା । ବାପାଙ୍କ ଉପସ୍ଥିତିରେ ପୁଅକୁ ଘରୁ ଡାକି ନେଇ ଦୁର୍ବୃତ୍ତ ମାନେ ଘର ସାମନାରେ ହତ୍ୟା କରିଛନ୍ତି ।

ବାପା ସାମନାରେ ଏକ ଧାରୁଆ ଅସ୍ତ୍ରରେ ପୁଅ କାର୍ତ୍ତିକ ସାହୁଙ୍କୁ ହାଣି ପକାଇଥିଲେ । ପରିବାର ଲୋକେ ସାହାଯ୍ୟ ପାଇଁ ବହୁ ଅନୁରୋଧ କରିଥିଲେ ବି ଆଖାପାଖ କେହି ଲୋକେ ସାହସ କରି ଆସିନଥିଲେ । ଶେଷରେ ପୁଅକୁ ରକ୍ତ ଜୁଡ଼ୁ ବୁଡୁ ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ଅଧା ରାସ୍ତାରେ କାର୍ତ୍ତିକଙ୍କର ମୃତ୍ୟୂ ହୋଇଯାଇଥିଲା ।

ଲକ୍ଷ୍ମୀସାଗର ଅଞ୍ଚଳ ଅପରାଧ ଆଉ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ପ୍ରତିଦିନ କିଛି ନା କିଛି ଅପରାଧ ଘଟିଚାଲିଥିବା ବେଳେ କାର୍ତ୍ତିକଙ୍କୁ ଖୁଲମଖୁଲା ମର୍ଡର ପରେ ପୁଲିସର ନିଦ ହଜିଯାଇଛି । ଘଟଣା ନେଇ ଥାନାରେ ଏତଲା ଦିଆଯିବା ସହିତ ପୁଲିସର ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.