Latest Odisha News

ରାଜ୍ୟରୁ ଆଜି ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୯୦ ଆକ୍ରାନ୍ତ । ସମ୍ବଲପୁରରୁ ସର୍ବାଧିକ ୧୭ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ବାଲେଶ୍ବର, ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ, ଝାରସୁଗୁଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜରୁ ୬ ଜଣ ଲେଖାଏଁ, ଅନୁଗୁଳ ଓ କଟକରୁ ୪ ଜଣ ଲେଖାଏଁ, ବଲାଙ୍ଗିର, କନ୍ଧମାଳ ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ, ଦେବଗଡ଼ ଓ ନବରଙ୍ଗପୁର ଓ ପୁରୀରୁ ୨ ଜଣ ଲେଖାଏଁ, ବୌଦ୍ଧ, କୋରାପୁଟ, ନୟାଗଡ଼, ନୂଆପଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେଣି ୩ ଲକ୍ଷ ୩୫ ହଜାର ୮୦ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.