Latest Odisha News

ଆସାମ ନିର୍ବାଚନ : କଂଗ୍ରେସର ୪୦ ଜଣିଆ ପ୍ରାର୍ଥୀ ତାଲିକାରେ ଅଧା ନୂଆମୁହଁ

ଗୌହାଟୀ : ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୪୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଘୋଷଣା ହୋଇଥିବା ୪୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ଆସାମରେ ପ୍ରଥମ ପର୍ଯ୍ୟାୟରେ ୪୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୪୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରଛି କଂଗ୍ରେସ ।

ଏଥର ଗୁରୁତ୍ବପୂର୍ଣ୍ଣ ଟିଟାବୋର ସିଟ୍‌ ଉପରେ ରହିଛି ବିଜେପିର ନଜର । ଅନ୍ୟପଟେ ଏହି ସିଟ୍‌କୁ ପ୍ରତିଥର ଭଳି ପୁଣି ଥରେ ବିଜୟ ହାସଲ କରିବା ଲକ୍ଷ୍ୟରେ ଅଛି କଂଗ୍ରେସ । କାରଣ ଆସାମରେ ୩ ଥର ମୁଖ୍ୟମନ୍ତ୍ରୀ ରହି ସାରିଥିବା ତରୁଣ ଗୋଗୋଇ ଏହି ସିଟ୍‌ରୁ ବିଧାୟକ ଥିଲେ । ଗତବର୍ଷ ନଭେମ୍ବର ୨୩ ତାରିଖରେ କୋଭିଡ୍‌ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା ।

ଟିଟାବୋର ଛଡା ତିନସୁକିୟା, ଡକୁଆଖାନା, ବିହାଲୀ, ଢିଙ୍ଗ ଏବଂ ବୋକାଖତ ଭଳି ଗୁରୁତ୍ବପୂର୍ଣ୍ଣ ଆସନରେ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ । ଏହି ସବୁ ସିଟ୍ ଗୁଡିକରେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା ହେବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର କିଛି ସିଟ୍‌ ସହଯୋଗୀ ଦଳମାନଙ୍କୁ ଦିଆଯିବ ବୋଲି କଂଗ୍ରେସ ସୂଚନା ଦେଇଛି ।

Leave A Reply

Your email address will not be published.