Latest Odisha News

ରାଜ୍ୟରୁ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଚିନ୍ତା ବଢୁଥିବା ବେଳେ, ରାଜ୍ୟରୁ ଆଜି ସୁସ୍ଥ ହୋଇଛନ୍ତି ଆଉ ୯୧ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ବାଲେଶ୍ବରରୁ ୧୨ ଜଣ, ଖୋର୍ଦ୍ଧାରୁ ୧୧, ଭଦ୍ରକରୁ ୯ ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଯାଜପୁରରୁ ୫ ଜଣ, ଝାରସୁଗୁଡ଼ା ଓ ରାୟଗଡ଼ାରୁ ୪ ଜଣ ଲେଖାଏଁ, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀରୁ ୩ ଜଣ ଲେଖାଏଁ, ଦେବଗଡ଼ରୁ ୨ ଜଣ, ଅନୁଗୁଳ, ବଲାଙ୍ଗିର, ବୌଦ୍ଧ, କଟକ, କଳାହାଣ୍ଡି, ସୋନପୁର ଓ ଷ୍ଟେଟ୍ ପୁଲରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୫ ହଜାର ୬୬୦ ଜଣ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.