Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୯୧୯ ପଜିଟିଭ୍

ଭୁବନେଶ୍ବର : ଚିନ୍ତା ବଢ଼ାଉଛି ମହାମାରୀ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଥମିବାର ନାଁ ନେଉନି ମହାମାରୀ । ତେବେ ହଟସ୍ପଟ ପାଲଟିଥିବା ଭୁବନେଶ୍ବରରୁ ଆଜି ଚିହ୍ନଟ ହୋଇଛନ୍ତି ଆଉ ୯୧୯ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୩ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୭୬୬ । ସେହିପରି ସୁସ୍ଥ ହୋଇଛନ୍ତି ଆଉ ୧୦୧୯ ଜଣ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାପଲ୍ଲୀ ଓ ଖଣ୍ଡଗିରିରୁ ୪୪ ଜଣ ଲେଖାଏଁ ଥିବା ବେଳେ, ଝାରପଡ଼ାରୁ ୩୯, ନୀଳାଦ୍ରିବିହାରରୁ ୨୬, ଓଲ୍ଡ ଟାଉନରୁ ୨୭, ଚନ୍ଦ୍ରଶେଖରପୁରରୁ ୩୦,ଲକ୍ଷ୍ମୀସାଗରରୁ ୨୭, ଡୁମୁଡୁମାରୁ ୨୩, ବଡ଼ଗଡ଼ରୁ ୨୦, ଜୟଦେବବିହାରରୁ ୧୮, ୟୁନିଟ୍-୬ରୁ ୧୫ ଜଣ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରମୁଣ୍ଡାରୁ ୧୦ ଜଣ ଥିବା ବେଳେ, ଡୁମୁଡୁମାରୁ ୯, ଶୈଳଶ୍ରୀବିହାରରୁ ୮, ନୟାପଲ୍ଲୀରୁ ୯ ଓ ପଟିଆରୁ ୮ ଜଣ ଅଛନ୍ତି । ଏହାସହ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ମଧ୍ୟ କିଛି ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୭୧ ହଜାର ୮୮୩ ଜଣ ସଂକ୍ରମିତ । ଏମାନଙ୍କ ମଧ୍ୟରୁ ୫୮ ହଜାର ୮୪୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ୩୨୫ ଜଣଙ୍କ ଜୀବନ ନେଲାଣି ଭାଇରସ । ବାକି ୧୨ ହଜାର ୬୯୧ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.