Latest Odisha News

ସୁଶୀଲ, ପୂଜାଙ୍କ ଚୁକ୍ତି ମିଆଦ ବୃଦ୍ଧି କରି ନ ପାରେ ଡବ୍ଲ୍ୟୁଏଫଆଇ

ଚଣ୍ଡୀଗଡ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ସୁଶୀଲ କୁମାର ଏବଂ ପୂଜା ଢ଼ାଂଣ୍ଡାଙ୍କ ଚୁକ୍ତି ମିଆଦ ବୃଦ୍ଧି କରି ନ ପାରେ । ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯିବ । ଡବ୍ଲ୍ୟୁଏଫଆଇ ପ୍ରଦର୍ଶନସ୍ତର ବିଚାରକୁ ନେଇ ଏ ସମ୍ପର୍କରେ ନିଷ୍ପତି ନେବ । ଏଥିସହ ସାଗର ହତ୍ୟାକାଣ୍ଡରେ ଗିରଫ ହୋଇଥିବା ସୁଶୀଲଙ୍କୁ ଏହି କାରଣରୁ କିନ୍ତୁ ବାହାର କରାଯାଉ ନାହିଁ ବୋଲି ଡବ୍ଲ୍ୟୁଏଫଆଇ ସ୍ପଷ୍ଟ କରିଛି ।

ବିସିସିଆଇ ପରି ୨୦୧୯ ପରଠାରୁ ଡବ୍ଲ୍ୟୁଏଫଆଇ ଭାରତୀୟ ରେସଲରଙ୍କୁ ଅନୁବନ୍ଧିତ କରିବା ଆରମ୍ଭ କରିଥିଲା । ପ୍ରଥମ ପର୍ଯ୍ୟାୟରେ ୧୫୦ ପହଲିୱାନଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲା । ଏ ଗ୍ରେଡରେ ଥିବା ସୁଶୀଲ ଜାକର୍ତା ଏସିଆନ ଗେମ୍ସ, ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ସେହିପରି ପୂଜାଙ୍କ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ରହି ନାହିଁ ।

Leave A Reply

Your email address will not be published.