Latest Odisha News

BREAKING NEWS

କ୍ୱାରେଣ୍ଟାଇନ୍ ଶିଶୁଙ୍କ ମନମୋହକ ଆଲିଙ୍ଗନ ଦୃଶ୍ୟ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: କରୋନା ମହାମାରୀ ଅନେକ ଲୋକଙ୍କୁ ଆଣିଦେଇଥିଲା ଅକସ୍ମାତ ଦୁଃଖ । ହେଲେ ସେହି ଦୁଃଖରେ ବି ଦୁନିଆ ଖୁସୀରେ ରହିବା ଶିଖିଗଲାଣି । ସୋସିଆଲ ମିଡିଆରେ ଦୁଇଟି ଶିଶୁଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ତେବେ ଭାଇରାଲ୍ ହେବାଠୁ ଅଧିକ ଏହି ଭିଡିଓର ମର୍ମ ଅନେକଙ୍କୁ ମାନସିକ ଶାନ୍ତି ସହ ତାଙ୍କ ମୁହଁରେ ହସ ଆଣିଦେଇଛି ।

ଭିଡିଓରେ ଦୁଇ ଶିଶୁ ପରସ୍ପରକୁ ଆଲିଙ୍ଗନ କରିବାରେ ଦେଖିବାକୁ ମିଳିଛି । ଗତବର୍ଷ କରୋନା ମହାମାରୀ ପରେ ଆରମ୍ଭ ହୋଇଥିଲା ଲକଡାଉନ୍ ଭଳି ଶବ୍ଦର ବ୍ୟବହାର । ସେହି ଲକଡାଉନରେ ହିଁ ଗତବର୍ଷ ଅପ୍ରେଲ ମାସରେ ମ୍ୟାକ୍ସୱେଲ ଜନ୍ମ ହୋଇଥିଲେ । ଅନ୍ୟପଟେ କେଆନୁଙ୍କ ବୟସ ମାତ୍ର ୬ ମାସ । ସେବେଠୁ ଦୁହିଁଙ୍କ ପରିବାର କ୍ୱାରେଣ୍ଟାଇନ୍‌, ଲକଡାଉନ୍ ଓ ସଟଡାଉନ୍ ମଧ୍ୟରେ ଧନ୍ଧି ହୋଇ ଘରେ ରହିବାକୁ ବାଧ୍ୟ ହୋଇଥିଲେ । ନିଜ ପରିବାର ସହ ଏହି ଦୁଇ ଶିଶୁ ବି କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଟେକ୍ସାସରେ ରହୁଥିବା ଏହି ଦୁଇ ଶିଶୁ ଶେଷରେ ଗତ ୧୩ ତାରିଖରେ ପରସ୍ପରକୁ ସାକ୍ଷାତ କରିବା ସହ ଆଲିଙ୍ଗନ କରିବାକୁ ସୁଯୋଗ ପାଇଥିଲେ ।

ତେବେ ଆଲିଙ୍ଗନ କରିବା ପରେ ଦୁହେଁ ଦୁହିଁଙ୍କଠାରୁ ଅଲଗା ହେବାକୁ ଆଦୌ ରାଜି ନଥିଲେ । ସେହି ସମୟର ଭିଡିଓଟି ଅନେକ ଲୋକଙ୍କୁ ଅଜାଣତରେ ଆଣିଦେଇଛି ମାନସିକ ଶାନ୍ତି । ଲଢିବାକୁ ଦେଇଛି ଅଦୃଶ୍ୟ ପ୍ରେରଣା । ଖାସ୍ ଏହି କାରଣ ପାଇଁ ଭିଡିଓଟିକୁ ଲୋକେ ବହୁଳ ମାତ୍ରାରେ ସେୟାର କରିଛନ୍ତି ।

Leave A Reply

Your email address will not be published.