Latest Odisha News

ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୫୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଗତିରେ ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ, ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୯୫୨ ଜଣ ଆକ୍ରାନ୍ତ । ନୂଆପଡ଼ାରୁ ସର୍ବାଧିକ ୧୭୬ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୪୭, ଖୋର୍ଦ୍ଧାରୁ ୧୨୦ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସେହିପରି ବରଗଡ଼ରେ ୪୮ ଜଣ ସୁସ୍ଥ ହୋଇଥିବା ବେଳେ, କଟକ ଓ ପୁରୀରୁ ୪୬ ଜଣ ଲେଖାଏଁ, ସମ୍ବଲପୁରରୁ ୪୪, କଳାହାଣ୍ଡିରୁ ୩୮, ଅନୁଗୁଳରୁ ୩୦, ମୟୂରଭଞ୍ଜରୁ ୨୯, ଝାରସୁଗୁଡ଼ାରୁ ୨୮, ବଲାଙ୍ଗିରରୁ ୨୭, କେନ୍ଦୁଝରରୁ ୨୩, ନବରଙ୍ଗପୁରରୁ ୨୦, ଗଞ୍ଜାମ, ଯାଜପୁର ଓ ରାୟଗଡ଼ାରୁ ୧୫ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏସବୁ ଜିଲ୍ଲାକୁ ବାଦ ଦେଲେ ଭଦ୍ରକରୁ ୧୦, କୋରାପୁଟ, ନୟାଗଡ଼ ଓ ସୋନପୁରରୁ ୮ ଜଣ ଲେଖାଏଁ, ବାଲେଶ୍ବରରୁ ୬ ଜଣ, ଢେଙ୍କାନାଳ ଓ କନ୍ଧମାଳରୁ ୪ ଜଣ ଲେଖାଏଁ, ବୌଦ୍ଧ ଓ ଦେବଗଡ଼ରୁ ୩ ଜଣ ଲେଖାଏଁ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୨୭ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୪୩ ହଜାର ୫୨୨ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.