Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ

କଟକ : ରିମାଣ୍ଡରେ ଗଲା କୁଖ୍ୟାତ ଅପରାଧୀ ହାଇଦର । ଗ୍ୟାଙ୍ଗଷ୍ଟର ହାଇଦରକୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ପୋଲିସ ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା । ହେଲେ କୋର୍ଟ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମଏଫସି କୋର୍ଟ । ରିମାଣ୍ଡ ବେଳେ ହାଇଦର ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଅନୁମାନ କରାଯାଉଛି ।

ହାଇଦରକୁ କୋର୍ଟରେ ହାଜର ପରେ ଚୌଦ୍ବାର ଜେଲକୁ ପଠାଇ ଦିଆଯାଇଛି । ଆସନ୍ତାକାଲି ଠାରୁ ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେଇ ଜଜେରା କରିବ ମଙ୍ଗଳାବାଗ ପୋଲିସ । ଏସସିବି ମେଡିକାଲରୁ ଫେରାର କରିବାରେ କେଉଁମାନଙ୍କର ରହିଛି ସଂପୃକ୍ତି ସେନେଇ ଖୋଳତାଡ଼ କରିବ ପୋଲିସ । ତେଲେଙ୍ଗାନାରୁ ଗିରଫ ହେବା ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ହାଇଦରକୁ ଭୁବନେଶ୍ବରରୁ କଟକ ନିଆଯାଇଥିଲା । ଡିସିପିଙ୍କ କାର୍ଯ୍ୟାଳୟରେ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ହାଜର କରିଥିଲା ପୋଲିସ । ହାଇଦରକୁ ଫେରାର କରିବାରେ ତାର ପୁଅ ଓ ସହଯୋଗୀଙ୍କ ହାତ ଥିବା କହିଛି ପୋଲିସ । ଏହି ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଯେଉଁଥିରେ ୩ ଜଣ ମହିଳା ଅଛନ୍ତି ।

ଗତ ୧୦ ତାରିଖ ଦିନ ଏସସିବି ମେଡିକାଲରୁ ଚମ୍ପଟ ମାରିଥିଲା ହାଇଦର । ଦାୟିତ୍ବରେ ଥିବା ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ଫେରାର ହୋଇ ଯାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର । ତେବେ ଫେରାର ହେବାର ୫ ଦିନ ପରେ ହାଇଦରକୁ ହାଇଦ୍ରାବାଦର ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରିଥିଲା ପୋଲିସ ।

Leave A Reply

Your email address will not be published.