Latest Odisha News

BREAKING NEWS

ପରୀ ଘଟଣାର ପୁନରାବୃତ୍ତି; ନୟାଗଡ଼ର ଗାଁ ଦାଣ୍ଡରୁ ଆଉ ଜଣେ ଶିଶୁ କନ୍ୟା ନିଖୋଜ

ନୟାଗଡ: ଶିଶୁକନ୍ୟା ପରୀର ମୃତ୍ୟୁ ରହସ୍ୟ ଏପର୍ଯ୍ୟନ୍ତ ରହସ୍ୟ ଘେରରେ ଥିବା ବେଳେ ପୁଣି ନୟାଗଡରେ ଘଟିଛି ଏହାର ପୁନରାବୃତ୍ତି।

ପରୀକୁ କିଏ ହତ୍ୟା କଲା ତାହାର ତଦନ୍ତ ଚାଲିଥିବା ବେଳେ ପୁଣି ନୟାଗଡରୁ ଆଉ ଏକ ଶିଶୁ କନ୍ୟା ନିଖୋଜ ଘଟଣା ସାମ୍ନାକୁ ଆସିଛି।

ସୂଚନାନୁସାରେ, ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁକନ୍ୟା ଶୁକ୍ରବାର ଅପରାହ୍ନରୁ ହଠାତ କେଉଁ ଆଡେ ନିଖୋଜ ହୋଇଯାଇଛି । ରଣପୁର ଥାନା ବଧିପାଟଣା ଗ୍ରାମର ସଞ୍ଜୟ ସାହୁଙ୍କ ଝିଅ ହରପ୍ରିୟା ଶୁକ୍ରବାର ଗାଁ ଦାଣ୍ଡରେ ଖେଳୁଥିଲା। ତେବେ ସନ୍ଧ୍ୟା ହେବା ପରେ ମଧ୍ୟ ସେ ଘରକୁ ନଫେରି ନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି ପରେ ବି ହରପ୍ରିୟାଙ୍କ କୌଣସି ସନ୍ଧାନ ପାଇନଥିଲେ ।

ଏନେଇ ବାପା ସଞ୍ଜୟ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାୟର କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ହରପ୍ରିୟାଙ୍କୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି।

ନୟାଗଡ଼ ଜିଲ୍ଲା ଯଦୁପୁର ଗ୍ରାମର ୫ ବର୍ଷର ଶିଶୁ କନ୍ୟା ପରୀ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲତିଥିବା ବେଳେ ସମାନ ସ୍ଥାନରୁ ଆଉ ଜଣେ ଶିଶୁକନ୍ୟାର ନିଖୋଜ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

Leave A Reply

Your email address will not be published.