Latest Odisha News

ଯାଜପୁର ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ

ଯାଜପୁର : ପୋଲିସ କବ୍ଜାରେ ଲୁଟେରା ଗ୍ୟାଙ୍ଗ। ରାଜପଥରେ ଲୁଟପାଟ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ଜିଲ୍ଲା ଟମକା ପୋଲିସ। ଗତ ୯ ତାରିଖରେ ସ୍ଥାନୀୟ ଗୌଡବାହାଳି ଛକ ନିକଟରେ ବାଇକରେ ଯାଉଥିବା

BjdElectrycity

ଏକ ଦମ୍ପତିଙ୍କୁ ୩ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ମରଣାନ୍ତକ ଆକ୍ରମଣ କରି ସୁନା ସୁନା ଅଳଙ୍କାର ଓ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ଏନେଇ ଟମକା ଥାନାରେ ଏତଲା କରାଯାଇଥିଲା।

ପରେ ପୋଲିସ ଏହାର ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ କୋରାଇ ଥାନା ପୂର୍ବକୋଟ ତେଲେଙ୍ଗା ବସ୍ତିର ବୋଲି ଜଣାପଡିଛି ।

ସେମାନଙ୍କ ଠାରୁ ଲୁଟ ହୋଇଥିବା ସୁନା ଅଳଙ୍କାର ଓ ମୋବାଇଲ ଫୋନ ଜବତ କରାଯିବା ସହ ଆଜି ଅପରାହ୍ନରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.