Latest Odisha News

BREAKING NEWS

ଆମେରିକାରେ ୨୪ ଘଣ୍ଟା ଭିତରେ ଦିଆଯିବ Pfizer ଟିକା: ଡୋନାଲ୍ଡ ଟ୍ରମ୍ପ

ଓ୍ୱାଶିଂଟନ: ବ୍ରିଟେନ, ବାହାରିନ୍, କାନାଡ଼ା ପରେ ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମୋଦନ ଦେଇଛି ଆମେରିକା । କିଛି ଦିନ ଭିତରେ ସବୁ ରାଜ୍ୟରେ ଟିକାକରଣ ଆରମ୍ଭ ହେବ । ତାପୂର୍ବରୁ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ୨୪ ଘଣ୍ଟା ଭିତରେ ପ୍ରଥମ  ଫାଇଜର ଟିକା ଦିଆଯିବ । ସମସ୍ତ ରାଜ୍ୟକୁ ଟିକା ପଠାଯାଉଛି । ଆମେରିକାବାସୀଙ୍କୁ ମାଗଣାରେ କରୋନା ଟିକା ଦିଆଯିବା ନେଇ ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଟ୍ରମ୍ପ କହିଛନ୍ତି, କରୋନା ଲଢ଼େଇରେ ଫାଇଜର ଟିକା ଏକ ମାଇଲଷ୍ଟୋନ ହୋଇଛି । ଆମେରିକାର ଫୁଡ୍ ଏଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍ କହିଛି, ୧୬ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ଫାଇଜର ଟିକା । ହେଲଥ କେୟାର ଓ୍ୱାର୍କର୍ସ ଓ ବୟସ୍କଙ୍କୁ ପ୍ରଥମେ ଟିକା ଦିଆଯିବ । ପ୍ରଥମ ପର୍ୟ୍ୟାୟରେ ପାଖାପାଖି ୩୦ ଲକ୍ଷ ଲୋକଙ୍କ ପାଖରେ ଟିକାକରଣ ଅଭିଯାନ ଚାଲିବ ।

ମଡେର୍ଣ୍ଣା ଟିକାକୁ ଅନୁମତି ମିଳିଲେ ଆମେରିକାରେ କୋଟି କୋଟି ଲୋକଙ୍କୁ ଚଳିତ ମାସ ସୁଦ୍ଧା ମିଳିପାରେ କରୋନା ଟିକା । ଜର୍ମାନୀ କମ୍ପାନୀ BioNTech ସହିତ ମିଶି ଫାଇଜର ଟିକା ବିକଶିତ କରିଛି । ଫାଇଜର ଟିକା ୯୫% ପ୍ରଭାବଶାଳୀ ବୋଲି ଟ୍ରାଏଲ ବେଳେ ଜଣାପଡ଼ିଛି ।

ବ୍ରିଟେନ, କାନାଡା, ବାହାରିନ ଓ ସାଉଦି ଆରବରେ ଫାଇଜର ଟିକା ଜରୁରିକାଳୀନ ବ୍ୟବହାର ପାଇଁ ଅନୁମୋଦନ ଲାଭ କରିଛି । ଭାରତରେ ମଧ୍ୟ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ଫାଇଜର୍ ।

Leave A Reply

Your email address will not be published.