ଯାଜପୁର: ପୁଣି ଅଡ଼ୁଆରେ ଛନ୍ଦିହେଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ଭାଇ ପୂର୍ବତନ ପୌର ଅଧ୍ୟକ୍ଷ ଭବ ପ୍ରସାଦ ଦାସ । ଭବଙ୍କ ବିରୋଧରେ ରୁଜୁ ହେଲା ଆଉ ଏକ ମାମଲା । ମାମଲା ସଂଖ୍ୟା ୫ରେ ପହଞ୍ଚିଲା । ଟାଉନ୍ ଥାନା ପୋଲିସ ପକ୍ଷରୁ ଭବଙ୍କ ବିରୋଧରେ ରୁଜୁ ହେଲା ଜାତିଆଣ ମାମଲା ।
ଗତ ୨୪ତାରିଖରେ ଥାନାରେ ହୋଇଥିଲା ଲିଖିତ ଅଭିଯୋଗ । ଭବଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କଲା ପୋଲିସ । ଗତକାଲି ଚାଷୀଙ୍କୁ ଆକ୍ରମଣ ଓ ଟଙ୍କା ଛଡ଼ାଇ ନେବା ମାମଲାରେ ଭବଙ୍କୁ ମିଳିଥିଲା ଜାମିନ ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଭବପ୍ରସାଦ ଦାସ ୪ଟି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଭବଙ୍କ ବେଲ୍ ପାଇଁ ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରାଯାଇଥିଲା । ହାଟ ଉପରେ ପରିବା ବ୍ୟବସାୟୀଙ୍କୁ ଗାଳି ଗୁଲଜ କରିବା ଟଙ୍କା ଛଡାଇ ନେଇଥିବା ପରିବା ବ୍ୟବସାୟୀ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଏହି ଘଟଣାରେ ଭବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଟାଉନ୍ ଥାନା ପୋଲିସ । ସେପଟେ ଗତକାଲି ୧୦ହାଜର ଟଙ୍କାର ବେଲ୍ ବଣ୍ଡ ଉପରେ ଭବଙ୍କୁ ପ୍ରଥମ ମାମଲାରେ ଜାମିନ ମିଳିଥିଲା ।