Latest Odisha News

BREAKING NEWS

ପିଛା ଛାଡୁନି ଦୁର୍ଘଟଣା: ପୁଣି ଏକ କୋଇଲା ବୋଝେଇ ଟ୍ରେନରେ ଲାଗିଗଲା ନିଆଁ

ଆଠଗଡ଼: କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ। ପୁଣି ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି ରାଧାକିଶୋରପୁର ରେଳ ଷ୍ଟେସନ ନିକଟରେ। କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯିବା ପରେ  ୱାଗନ୍‌ରେ ଥିବା କୋଇଲା ଜଳିବାକୁ ଲାଗିଲା । ଫଳରେ ଧୂଆଁମୟ ହୋଇଗଲା ପରିବେଶ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଦୁର୍ଘଟଣା ଯେମିତି ଟ୍ରେନର ପିଛା ଛାଡୁନି । ଗୋଟିଏ ପରେ ଗୋଟିଏ ଛୋଟମୋଟ ଟ୍ରେନ ଦୁର୍ଘଟଣା ନିୟମିତ ଘଟି ଚାଲିଛି । ଗତକାଲି ଅର୍ଥାତ ଶନିବାର ଏକ  କୋଇଲା ବୋଝେଇ ଟ୍ରେନ୍ ରାଧାଶିଶୋରପୁର ଷ୍ଟେସନରେ ଛିଡ଼ା ହୋଇଥିଲା । ଟ୍ରେନଟି ରାତି ୮ଟାରୁ ଛିଡା ହୋଇଥିବାବେଳେ ହଠାତ୍ ରାତି ପ୍ରାୟ ୩ଟା ବେଳେ ଏହାର ଗୋଟିଏ ୱାଗନରୁ ଧୂଆଁ ବାହାରୁଥିବା ଷ୍ଟେସନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ ।

ଏହା ପରେ ଷ୍ଟେସନ କର୍ତ୍ତୃପକ୍ଷ ଆଠଗଡ଼ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚିଥିଲେ ହେଁ  ବିଦ୍ୟୁତ ସଂଯୋଗ କଟାଯାଇ ନ ଥିବାରୁ ନିଆଁ ଲିଭା ଯାଇ ପାରି ନ ଥିଲା । ଏକ ଘଣ୍ଟା ଲାଗି ରେଳବାଇ ପକ୍ଷରୁ ଉକ୍ତ ସ୍ଥାନର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପରେ  ଅଗ୍ନିଶମ ବାହିନୀ  ନିଆଁ ଲିଭା କାମ ଆରମ୍ଭ କରିଥିଲେ  । ତେବେ   କୋଇଲା ବୋଝେଇ ଟ୍ରେନ୍‌ଟିରେ କେମିତି ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ ।

ସୂଚନାଥାଉ କି, ଏହା ପୂର୍ବରୁ  ଶନିବାର ବାଲେଶ୍ୱର ରୁପ୍ସା ଷ୍ଟେଶନରେ ଏକ କୋଇଲା ବୋ୍ଝେଇ ଟ୍ରେନରେ ନିଆଁ ଲାଗି ଯାଇଥିଲା । ସେହିପରି ଅନ୍ୟ ଏକ ମାଲଗାଡିରେ କୋଇଲା ବୋଝେଇ ହୋଇ ଯାଉଥିବାବେଳେ ଶୁକ୍ରବାର ରାତିରେ ବାଲୁଗାଁ ରେଳ ଷ୍ଟେଶନ ନିକଟରେ ନିଆଁ ଲାଗି ଯାଇଥିଲା ।

Leave A Reply

Your email address will not be published.