ନୂଆଦିଲ୍ଲୀ : କରୋନା ମହାମାରୀ ଭାରତୀୟ ସେନାର ଆଧୁନିକୀକରଣକୁ ଗୁରୁତର ଭାବେ ପ୍ରଭାବିତ କରିବ । ପୂର୍ବରୁ ଯୋଜନା କରାଯାଇଥିବା ଯୁଦ୍ଧାସ୍ତ୍ର ଖରିଦକୁ ସ୍ଥଗିତ ରଖିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ବିଚାର କରୁଛି । ପ୍ରତିରକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ମିଲିଟାରୀ ବ୍ୟାପାର ବିଭାଗ ପକ୍ଷରୁ ସେନା, ବାୟୁସେନା ଓ ନୌସେନାକୁ ଏକ ନିର୍ଦ୍ଦେଶ ଜାରି କରି ସେମାନଙ୍କ ଯୁଦ୍ଧାସ୍ତ୍ର ଖରିଦ ଯୋଜନାକୁ ସ୍ଥଗିତ ରଖିବାକୁ କହିଛି । କେନ୍ଦ୍ର ସରକାର କିଛି ବର୍ଷତଳେ ପ୍ରତିରକ୍ଷା ବାହିନୀର ଆଧୁନିକୀକରଣ ପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ ।
ବାୟୁସେନା ପାଇଁ ରାଫେଲ, ଆପାଚେ ହେଲିକାପ୍ଟର ଆଦି ଖରିଦ କରାଯାଉଥିବାବେଳେ ଋଷିଆଠାରୁ ଏସ-୪୦୦ ଖରିଦ କରାଯାଉଛି । ଉଭୟ ରାଫେଲ ଓ ଏସ-୪୦୦ ପାଇଁ ଭାରତ ଅଗ୍ରୀମ ଅର୍ଥ ମଧ୍ୟ ପ୍ରଦାନ କରିସାରିଛି । ସେହିପରି ସେନା ପାଇଁ ଅତ୍ୟାଧୁନିକ ଟ୍ୟାଙ୍କ, ହେଲିକପଫର ଓ ରାଇଫଲ ଖରିଦ ପାଇଁ ଅର୍ଡର ଦିଆଯାଇଛି । ନୌସେନା ପାଇଁ ବୁଡ଼ାଜାହାଜ ଓ ହେଲିକାପଫର ଖରିଦ କରାଯାଉଛି । କିନ୍ତୁ ଏବେ ଏସବୁ ଯୁଦ୍ଧାସ୍ତ୍ରର ଖରିଦ ବିଳମ୍ବିତ ହେବାର ଆଶଙ୍କା ଦୃଢୀଭୂତ ହୋଇଛି ।
BREAKING NEWS
- Putin Praises Modi: ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କଲେ ବନ୍ଧୁ ପୁଟିନ୍, କହିଲେ, ‘ତାଙ୍କ ପାଖରେ ଭଲ ଭଲ ବିଚାର ଅଛି’
- Viral Video: ଫେମସ୍ ହେବା ପାଇଁ ଜୀବନକୁ ବାଜି! ରେଳ ଇଞ୍ଜିନ୍ରେ ଶାଢ଼ି ବାନ୍ଧି ଡ୍ୟାନ୍ସ କଲେ ମହିଳା, ତାତିଲେ ୟୁଜର୍ସ
- ଦୁଇ ଟଙ୍କା ବଢ଼ିଲା ଓମଫେଡ୍ କ୍ଷୀର ଦର, ଏହି ଦିନରୁ ଲାଗୁ ହେବ ବର୍ଦ୍ଧିତ ଦର..
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ଓଡ଼ିଶା ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା
- ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିବ ମହାପ୍ରଭୁଙ୍କ ଅମୃତ ମଣୋହି ଜମି: ଓଡ଼ିଶା ରାଜସ୍ୱ ପର୍ଷଦ

Comments are closed.