Latest Odisha News

BREAKING NEWS

ଆଳି ଡଙ୍ଗା ବୁଡ଼ି ଘଟଣା; ମିଳିଲା ନାଉରିଆଙ୍କ ମୃତଦେହ

କେନ୍ଦ୍ରାପଡ଼ା : ଆଳିର ମାଣିଆ ଘାଟରେ ଡଙ୍ଗା ବୁଡ଼ି ଘଟଣା । ଆଜି ନିଖୋଜ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ ମୃତଦେହ ମିଳିଛି । ଗତକାଲି ୧୬ ବର୍ଷିୟ ନାବାଳକ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ମିଳିଥିଲା ।

ସୂଚନା ଅନୁଯାୟୀ, ଗତକାଲି ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ଓଲଟିଥିଲା ଡଙ୍ଗା । ଡଙ୍ଗାଟି୨୫ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡ଼ାଗଡ଼କୁ ଯାଉଥିଲା । ହେଲେ କୂଳରୁ କିଛି ବାଟ ଗଲା ପରେ ଡଙ୍ଗାଟି ହଠାତ୍‌ ଭାରସାମ୍ୟ ହରାଇ ମଝି ନଦୀରେ ଭାସିଯାଇଥିଲା । ଡଙ୍ଗା ବୁଡ଼ି ଦୁଇଜଣ ନିଖୋଜ ରହିଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ନିଖୋଜଙ୍କ ମଧ୍ୟରୁ ନାବାଳକ ଦେବେନ୍ଦ୍ର ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ ମୃତଦେହ ଆଜି ଠାବ ହୋଇଛି।

 

Leave A Reply

Your email address will not be published.