Latest Odisha News

BREAKING NEWS

ସୁଭଦ୍ରା ପାଇଁ ଆଉ ଏକ ଖୁସି ଖବର, ଏଣିକି ଅଭିଯୋଗ କଲେ ତୁରନ୍ତ ସମସ୍ୟାର ହେବ ସମାଧାନ

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ଆସିଲା ଖୁସି ଖବର । ଅଭିଯୋଗ କଲେ ଏଣିକି ତୁରନ୍ତ ସମସ୍ୟାର ସମାଧାନ ହେବ । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮୫ ହଜାର ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି । ଆସନ୍ତା ଅକ୍ଟୋବର ୧୭ ତାରିଖ ମଧ୍ୟରେ ସୁଭଦ୍ରା ଯୋଜନାର ବର୍ଷ ପୂରଣ ହେବ । ଆଉ ଏହି ବର୍ଷ ପୂର୍ତ୍ତି ଅବସରରେ ୩୪୮ ସୁଭଦ୍ରା ସିଡିପିଓ ୟୁନିଟରେ ଧନ୍ୟବାଦ ମୋଦୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ ଯାଏଁ ଚାଲିବ ।

ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ଏହା ଚାଲିବ ବୋଲି ସୂଚନା ମିଳିଛି । ସୁଭଦ୍ରା ଅଭିଯୋଗ ପୋର୍ଟାଲ ଜରିଆରେ ହିତାଧିକାରୀ ବିଭାଗ ସହିତ ଯୋଗାଯୋଗ କରିପାରିବେ । ଆଉ ସେମାନଙ୍କ ଅଭିଯୋଗର ଜବାବ ବିଭାଗ ରଖିବ ବୋଲି କୁହାଯାଇଛି । ଆଗରୁ ଲୋକେ ଅଭିଯୋଗ କରୁଥିଲ ମଧ୍ୟ ଉତ୍ତର ପାଇପାରୁନଥିଲେ । ବର୍ତ୍ତମାନ ଏହିସବୁ ଅଭିଯୋଗର ଉତ୍ତର ବିଭାଗୀୟ ଅଧିକାରୀ ଉତ୍ତର ଦେଇପାରିବେ । ଲୋକଙ୍କ ଅଭିଯୋଗ ବ୍ଲକ କମିଟି ଯାଞ୍ଚ କରିବ, ଏହା ପରେ ଜିଲ୍ଲାସ୍ତରରେ ଯାଂଚ କରାଯିବ ।

ଏହାର ଷ୍ଟାଟସ ସବୁ ତଥ୍ୟ ପୋର୍ଟାଲରେ ଉପଲବ୍ଧ ହେବ । ସୁଭଦ୍ରା ଯୋଜନାରୁ ହିତାଧିକାରୀ କାହିଁକି ବାଦ ପଡିଲେ, କାରଣ କଣ, ଆଗକୁ ସେମାନେ କଣ କରିବେ ଏସବୁ ପ୍ରଶ୍ନର ଉତ୍ତର ହିତାଧିକାରୀ ପୋର୍ଟାଲରେ ପାଇପାରିବେ । ବର୍ତ୍ତମାନ ସୁଭଦ୍ରାରେ ୧ କୋଟି ୯ ଲକ୍ଷ ହିତାଧିକାରୀ ଥିବା ବେଳେ ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ ପଡିଛନ୍ତି । ବାଦ ପଡିଥିବା ହିତାଧିକାରୀଙ୍କ ସମାଧାନର ରାସ୍ତା ବାହିରବ । ଆଉ ସମସ୍ତ ହିତାଧିକାରୀ ନିଜର ଅଭିଯୋଗ ଜଣାଇ ଏଥିରେ ଉପକୃତ ହୋଇପାରିବେ ।

Comments are closed.