ମାଲକାନଗିରି: ପୁଣି ଅସାନ୍ତ ହୋଇପଡିଛି ସୀମାନ୍ତ ଆଇଡି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ତିମାପୁର ଗାଁରେ ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀ ମାନେ ଯିବାବେଳେ ପୂର୍ବରୁ ନକ୍ସଲଙ୍କ ଦ୍ବାରା ରଖାଯାଇଥିବା ଆଇଡି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି ।
ଆହତ ଯବାନମାନେ ହେଲେ ରାମସୁ ମାଜ୍ଜି ଏବଂ ଗଜେନ୍ଦ୍ର ସୋଡି । ଦୁଇ ଆହତ ଯବାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ବିଜାପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ହେଲିକପ୍ଟର ଯୋଗେ ରାୟପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।