Latest Odisha News

BREAKING NEWS

ଜାପାନରେ ତୀବ୍ର ଭୂକମ୍ପ, ସୁନାମୀ ଆଡଭାଇଜରୀ ଜାରି

କ୍ୟୁସୁ: ଜାପାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୁକମ୍ପର ତୀବ୍ରତା ରିକ୍ତର ସ୍କେଲରେ ୬.୯ ରହିଛି। ଜାପାନ ମେଟେରୋଲୋଜିକାଲ୍ ଏଜେଂସି ସୂଚନା ଅନୁସାରେ କ୍ୟୁସୁରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଇ ଭୂମିକମ୍ପରେ ଜୋରଦାର ଝଟକା ଲାଗିଛି। ଭୂକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି।

ଜାପାନ ମେଟେରୋଲୋଜିକାଲ୍ ଏଜେଂସି ସୂଚନା ଅନୁଯାୟୀ, ଏହି ଭୂମିକମ୍ପ ତୀବ୍ରତା କାରଣରୁ ୧ ମିଟର ଉଚ୍ଚ ଲହରୀ ବିଶିଷ୍ଟ ସୁନାମି ଆସିବାର ସମ୍ଭାବନା ରହିଛି। ରାତି ୯.୧୯ (ଜାପାନ ସମୟ ଅନୁସାରେ) ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାପରେ ସୁନାମୀ ଚେତାବନୀ ଦିଆ ଯାଇଥିଲା। ଏହା ପୂର୍ବରୁ ଗତ ବର୍ଷ ନଭେମ୍ବରରେ ଜାପାନ ଉତ୍ତର ମଧ୍ୟ ଅଞ୍ଚଳରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା।

Comments are closed.