ନୂଆଦିଲ୍ଲୀ:କାନାଡାରେ ଗୁଳିକାଣ୍ଡ ପ୍ରାଣ ହରାଇଲେ ଜଣେ ଭାରତୀୟ ଛାତ୍ର । କାନାଡାର ଟରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ହୋଇଥିଲା ଗୁଳିକାଣ୍ଡ । ଟରଣ୍ଟୋ ପୋଲିସ ରିପୋର୍ଟ କରିଥିଲା ଯେ ହାଇଲାଣ୍ଡ କ୍ରିକ୍ ଟ୍ରେଲ୍ ଏବଂ ଓଲ୍ଡ କିଙ୍ଗଷ୍ଟନ୍ ରୋଡ୍ ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ଶିବାଙ୍କ ଅବସ୍ଥିଙ୍କ ମୃତ୍ୟୁ ହୋଇଛି। ଏହି ଗୁଳିକାଣ୍ଡକୁ ନେଇ ପୋଲିସ ଅଧିକାରୀମାନେ କହଛନ୍ତି ଯେ ଗୁଳିକାଣ୍ଡ ବିଷୟରେ ସୂଚନା ପାଇବା ପରେ, ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗୁଳି ବାଜିଥିବା ଜଣେ ବ୍ୟକ୍ତିଙ୍କୁ ପାଇଥିଲେ, ଯାହାକୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା।
ପୋଲିସ ଅଧିକାରୀମାନେ କହିଛନ୍ତି ଯେ ପୋଲିସ ପହଞ୍ଚିବା ପୂର୍ବରୁ ସନ୍ଦିଗ୍ଧ ବ୍ୟକ୍ତିମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସୂଚନା ଅନୁଯାୟୀ, ଏହା ଚଳିତ ବର୍ଷ ଟୋରଣ୍ଟୋରେ ୪୧ତମ ହତ୍ୟା। ଏହାକୁ ନେଇ ଭାରତୀୟ କନସୁଲେଟ୍ ଗଭୀର ଶୋକ ପ୍ରକାଶ କରିଛି।ମୃତ୍ୟୁ ସମ୍ପର୍କରେ, କନସୁଲେଟ୍ କହିଛି ଯେ ଏହା ପୀଡିତଙ୍କ ପରିବାର ସହିତ ଯୋଗାଯୋଗରେ ଅଛି ଏବଂ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ କାର୍ୟ୍ୟ କରୁଛି।
ପୂର୍ବରୁ ହିମାଂଶୀ ଖୁରାନାଙ୍କୁ ହତ୍ୟା କରାଯାଇଥିଲା ।ଟରଣ୍ଟୋ ପୋଲିସ ପୂର୍ବରୁ କହିଥିଲା ଯେ ସହରରେ ଜଣେ ୩୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ମୃତଦେହ ମିଳିଥିଲା, ଯାହା ପରେ ସେମାନେ ପୀଡିତାକୁ ଜାଣିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ କାନାଡା ବ୍ୟାପୀ ଗିରଫ ପରୱାନା ଜାରି କରିଥିଲେ। ମୃତକଙ୍କ ନାମ ଟରଣ୍ଟୋ ନିବାସୀ ହିମାଂଶୀ ଖୁରାନା ଥିଲା।
Comments are closed.