Latest Odisha News

BREAKING NEWS

କରୋନା କବଳରେ ଆଉ ଜଣେ ଅଭିନେତା !

ମୁମ୍ବାଇ: ସତରେ ଯେମିତି ଏବେ ବଲିଉଡରେ ପଡିଛି କରୋନା ଚଡକ । ଜଣକ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହି ଧାରାରେ ଜଣେ ଜଣାଶୁଣା ଅଭିନେତା ବି ସାମିଲ ହୋଇଛନ୍ତି । ଅନ୍ୟ କେହି ନୁହେଁ ବରଂ ଅଭିନେତା ତଥା ହୋଷ୍ଟ ମନିଷ ପୌଲ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଏହି ଅଭିନେତା ଜଣକ ବଲିଉଡ ଫିଲ୍ମ ଜୁଗ୍ ଜୁଗ୍ ଜିୟୋ ପାଇଁ ଚଣ୍ଡିଗଡରେ ଥିଲେ । ସେଠାରେ ତାଙ୍କ ଦେହରେ ହାଲକା ଲକ୍ଷଣ ଦେଖାଦେବା ପରେ ସେ କରୋନା ଟେଷ୍ଟ କରାଇଥିଲେ । ତେବେ ରିପୋର୍ଟ ପଜିଟିଭ ବାହାରିବା ପରେ ଖୋଦ ମନିଷ ସୋସିଆଲ୍ ମିଡିଆରେ ଜଣାଇଛନ୍ତି ।

 

View this post on Instagram

 

A post shared by Maniesh Paul (@manieshpaul)

ମନିଷଙ୍କ ପୂର୍ବରୁ ବରୁଣ ଧୱନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ଅନୀଲ କାପୁର ଓ ନିତୁ କାପୁରଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଥିବା ଶୁଣିବାକୁ ମିଳିଥିଲା । ହେଲେ ଖୋଦ ଅନୀଲ ଏହି ଖବରକୁ ଖଣ୍ଡନ କରିଥିଲାବେଳେ କେବଳ ନିତୁଙ୍କୁ କରୋନାଭାଇରସ୍ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହି ସମସ୍ତ ଅଭିନେତା ମଧ୍ୟ ଫିଲ୍ମ ଜୁଗ ଜୁଗ ଜିୟୋର ସୁଟିଂ ପାଇଁ ଚଣ୍ଡିଗଡରେ ଡେରା ପକାଇଥିଲେ ।

Leave A Reply

Your email address will not be published.