ଭୁବନେଶ୍ୱର: ପୁରୀ ଜିଲ୍ଲାର କଣାସ ବ୍ଲକରେ ପ୍ରଦ୍ୟୁଷିତ ଜଳ ପିଇ ଡ଼ାଇରିଆ ବ୍ୟାପିବା ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ମୃତକ ହେଲେ କଣାସ ବ୍ଲକର ଜାଗୁଳେଇପଦର ଗ୍ରାମର ବାସିନ୍ଦା କୃଷ୍ଣ ବେହେରାଙ୍କ ପତ୍ନୀ ଜହ୍ନି ବେହେରା ।
ସେ ଡାଇରିଆରେ ଆକ୍ରାନ୍ତ ହୋଇ ହାଇଟେକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ।
ଏହି ଘଟଣାରେ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିବାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
ମୃତକଙ୍କ ପରିବାରକୁ ଏହି ଦୁଃସମୟକୁ ସାମ୍ନା କରିବାକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ଶ୍ରୀ ଦାସବର୍ମା ଏକ ବିବୃତିରେ କହିଛନ୍ତି ।
Comments are closed.