ନୂଆଦିଲ୍ଲୀ: ପୁଣି ଥରେ ରେକର୍ଡ କଲା ଭାରତ। ସମଗ୍ର ଦେଶରେ ୧ କୋଟିରୁ ଅଧିକ କୋଭିଡ୍ ଟିକା ଦେଇ ଭାରତ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଜାନୁଆରୀ ୧୬ ରେ ଜନ ଟିକାକରଣ ଅଭିଯାନ ଆରମ୍ଭରୁ ଗୋଟିଏ ଦିନରେ ଭାରତ ଏହି ସର୍ବାଧିକ ସଂଖ୍ୟା ହାସଲ କରିଛି।
ମଙ୍ଗଳବାର ଦିନ ୭ ଟା ପର୍ଯ୍ୟନ୍ତ ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୧.୦୯ କୋଟି ଟିକାକରଣର କରାଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ମଙ୍ଗଳବାର ଟ୍ୱିଟ୍ କରି କହିଛନ୍ତି, “ଅଭିନନ୍ଦନ, ଭାରତ ଆଜି ଆଉ ୧ କୋଟିରୁ ଅଧିକ କୋଭିଡ -୧୯ ଟିକାକରଣ କରିବାରେ ସଫଳତା ହାସଲ କରିଛି। ଗୋଟିଏ ଦିନରେ ଦେଶରେ ୧.୦୯ କୋଟି ଟିକାକରଣର ସର୍ବାଧିକ ଦିନିକିଆ ରେକର୍ଡ କରିଛି।
Comments are closed.